ଯୁକ୍ତ ୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ

janatakhabar.in

ଭୁବନେଶ୍ଵର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ ବ୍ୟାଙ୍କ୍ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନେ କୋଶ୍ଚିନ ବ୍ୟାଙ୍କ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ।

ଖବର ଅନୁଯାୟୀ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ପକ୍ଷରୁ ପ୍ରତିବର୍ଷ ଜାରି କରାଯାଉଥିବା କୋଶ୍ଚିନ ବ୍ୟାଙ୍କ୍ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିରେ ସହାୟକ ହୋଇଥାଏ। ବୋର୍ଡର ୱେବସାଇଟ chseodisha.nic.inରେ କୋଶ୍ଚିନ ବ୍ୟାଙ୍କ୍ ଉପଲବ୍ଧ। ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ (ପଦାର୍ଥ ବିଜ୍ଞାନ), କେମିଷ୍ଟ୍ରି (ରସାୟନ ବିଜ୍ଞାନ), ମାଥେମେଟିକ୍ସ (ଗଣିତ) ଓ ବାୟୋଲୋଜି (ଜୀବ ବିଜ୍ଞାନ) ବିଷୟର ପ୍ରଶ୍ନ ଉପଲବ୍ଧ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନ ଅପ୍‌ଲୋଡ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କୋଶ୍ଚିନ ବ୍ୟାଙ୍କ୍ ନେଇ ପିଲାମାନଙ୍କୁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ ସିଏଚଏସଇ ପକ୍ଷରୁ ଚିଠି ପଠାଯାଇଛି।

Leave a Reply

Your email address will not be published. Required fields are marked *