ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ

ସୁବର୍ଣ୍ଣପୁର : ଗଞ୍ଜେଇ ଚାଲାଣ ପାଇଁ ଅଭିନବ ଉପାୟ। ଗାଡିରେ ପ୍ରେସ ଲେଖି ଗାଡ଼ିରେ ଗଞ୍ଜେଇ ନେଉଥିବା ଦମ୍ପତ୍ତିକୁ ଅବକାରୀ ବିଭାଗ ଧରିଥିବା ଜଣାପଡିଛି।

ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ମଧ୍ୟପ୍ରଦେଶ କୋତ୍ମା ଅଞ୍ଚଳର ଅନିଲ ସୋନି ଓ ପତ୍ନୀ ରଜନୀ ସୋନି। ଏପରି ପନ୍ଥା ଆପଣେଇଥିଲେ। ସେମାନେ ଭାବିଥିଲେ କେହି ଜାଣିପାରିବେ ନାହିଁ। ପ୍ରେସ ନାଁରେ ପାର ହୋଇଯିବେ। ହେଲେ ଧରାପଡି ଗିରଫ ହୋଇଛନ୍ତି। ‌

ରବିବାର ସକାଳେ ପ୍ରେସ ଲେଖାଯାଇଥିବା ଏକ ଧଳା ରଙ୍ଗର କାର୍‌ରେ ଅନିଲ ଓ ତାଙ୍କ ପତ୍ନୀ ବୌଦ୍ଧରୁ ଗଞ୍ଜେଇକୁ ନେଇ ମଧ୍ୟପ୍ରଦେଶ ଯାଉଥିଲେ। ସୁବର୍ଣ୍ଣପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଗାଡ଼ିକୁ ପିଛା କରିଥିଲା। ସୋନପୁର-ବିନିକା ରାସ୍ତାର କର୍ତ୍ତଙ୍ଗ ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button