ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : ଆଇସିଏସଇ ଓ ଆଇଏସସି-୨୦୨୩ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଇସିଏସଇ ଦଶମ ପାସ୍‌ହାର ୯୮.୯୪ ପ୍ରତିଶତ ଥିବାବେଳେ ଆଇଏସସି ଦ୍ୱାଦଶ ପାସ୍‌ହାର ୯୬.୯୩ ପ୍ରତିଶତ ହୋଇଛି।

ରବିବାର ପ୍ରକାଶ ପାଇଥିବା ଆଇସିଏସଇ ଦଶମରେ ଓଡ଼ିଶା ଟପ୍ପର ହୋଇଛନ୍ତି ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ। ଉଭୟେ ୯୯.୪୦ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦ ପ୍ରତିଶତ ମାର୍କ ରଖିଥିବା ବେଳେ ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖିଛନ୍ତି।

ସେହିପରି ଆଇଏସସି ଦ୍ୱାଦଶ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ଦିଶା ଗୋଏଲ। ସେ ୯୮.୨୬ ପ୍ରତିଶତ ମାର୍କ ରଖିଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦ ପ୍ରତିଶତ, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button