ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତରୀ ଛାତ୍ରୀ ସୁଭାନୀ ପଟ୍ଟନାୟକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ଘର ପୁରୁଷୋତ୍ତମପୁରରେ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ।

ଖବର ଅନୁଯାୟୀ ହଷ୍ଟେଲରେ ରହୁଥିଲେ ସୁଭାନୀ। ଗୁରୁବାର ସକାଳେ ସାଙ୍ଗମାନେ ହସ୍‌ପିଟାଲ ଯିବାକୁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଜଣାପଡ଼ିବାରୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଭାନୀଙ୍କ ବାପାଙ୍କ ବୟାନ ପୋଲିସ ରେକର୍ଡ କରିଛି। କରାଯାଇଛି। ସେ କହିଛନ୍ତି ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିଲା। ସେଥିପାଇଁ ସେ ଔଷଧ ଖାଉଥିଲେ। ଔଷଧର ଓଭରଡୋଜ ଯୋଗୁ ତାଙ୍କର ସମସ୍ୟା ହୋଇଥାଇପାରେ ବୋଲି ଆଶଙ୍କା କରୁଛନ୍ତି। ତେବେ ସୁଭାନୀ ଜଣେ ଡାକ୍ତର, ଔଷଧର ଓଭରଡୋଜ କେମିତି ନେଲେ ତାକୁନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button