ବିବାହ ନାଁରେ କମ ବୟସ ଝିଅଙ୍କୁ ବିକ୍ରି କରୁଛନ୍ତି ବାପା-ମା

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ତାଲିବାନ ଦଖଲକୁ ନେଇ ଶାସନ କରିବା ପରେ ଲୋକଙ୍କ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି। ସେମାନଙ୍କର ଚିନ୍ତାର କାରଣ ହୋଇଛି ବେକାର ଓ ଋଣ। ଏଭଳି ପରିସ୍ଥିତିରେ ଅର୍ଥ ପାଇଁ ବାପା-ମା’ମାନେ କମ ବୟସର ଝିଅଙ୍କୁ ବିବାହ ନାଁରେ ବିକ୍ରି କରି ଦେଉଛନ୍ତି।

ଥମସନ ରଏଟର୍ସ ଫାଉଣ୍ଡେସନ ଅନୁସାରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଫଜଲ ନାମକ ଜଣେ ବ୍ୟକ୍ତି କହିଛନ୍ତି ଗତ ମାସରେ ତାଙ୍କର ଦୁଇ ଝିଅଙ୍କୁ ବିବାହ ଦେଇଛନ୍ତି। ସେମାନେ ତାଙ୍କ ଝିଅ ବୟସରୁ ଦୁଇଗୁଣା ବଡ଼। ଏହି ବିବାହ ଯୋଗୁ ତାଙ୍କୁ ମିଳିଛି ୩,୦୦୦ ଡଲାର। ଯଦି ଏହି ଟଙ୍କା ଶୀଘ୍ର ଶେଷ ହୋଇଯାଏ ତେବେ ତାଙ୍କୁ ତାଙ୍କ ସାତ ବର୍ଷର ଝିଅକୁ ବିବାହ ଦେବେ। କାରଣ ପରିବାର ଚଳାଇବା ଓ ଋଣ ପରିଶୋଧ ପାଇଁ ତାଙ୍କ ପାଖରେ କୌଣସି ଉପାୟ ନଥିଲା। ତେବେ ଏପରି ନକରିବାକୁ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି।

ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା କାର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ପ୍ରାୟ ୧୦୦ ଦିନ ପୂର୍ବେ ତାଲିବାନ ଅଗଷ୍ଟ ୧୫ରେ କ୍ଷମତାକୁ ଆସିବା ପରେ ଦେଶରେ ଦାରିଦ୍ର୍ୟ ବୃଦ୍ଧି ପାଇବା ସହିତ ବାଲ୍ୟ ବିବାହ ମାମଲା ବଢ଼ି ଚାଲିଛି। ଗରିବ ଲୋକମାନେ ଆଗାମୀ ଦିନରେ ଟଙ୍କା ପାଇଁ ଝିଅଙ୍କୁ ବିବାହ କରାଇବେ‌ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button