ସୂର୍ଯ୍ୟର ନୂଆ ରୂପ ଦେଖାଇଲା ଆଦିତ୍ୟ-ଏଲ୍-୧

ବାଙ୍ଗାଲୋର : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଦିତ୍ୟ-ଏଲ୍-୧ ମହାକାଶଯାନର ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଛି।

ଖବର ଅନୁଯାୟୀ ଶୁକ୍ରବାର ଇସ୍ରୋ ପକ୍ଷରୁ ଜାରି କରାଯାଇଛି ଏସବୁ ଫଟୋ। ଏହି ସଫଳତା ସୌର ପର୍ଯ୍ୟବେକ୍ଷଣ ଓ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି। ୨୦୦ରୁ ୪୦୦ ନାନୋମିଟର ପର୍ଯ୍ୟନ୍ତ ତରଙ୍ଗଦୈର୍ଘ୍ୟକୁ କଭର କରୁଥିବା ଏହି ଫଟୋଗୁଡ଼ିକ ସୂର୍ଯ୍ୟର ଫଟୋସ୍ଫିୟର (ପ୍ରକାଶମଣ୍ଡଳ) ଓ କ୍ରୋମୋସ୍ଫିୟର ବିଷୟରେ ଅଭୂତପୂର୍ବ ସୂଚନା ପ୍ରଦାନ କରିଥାଏ। ସୂର୍ଯ୍ୟର ଦୃଶ୍ୟମାନ ‘ପୃଷ୍ଠ’କୁ ଫଟୋସ୍ଫିୟର କୁହାଯାଏ ଏବଂ ଏହାର ଠିକ୍ ଉପରକୁ ଥିବା ସ୍ୱଚ୍ଛ ସ୍ତରକୁ କ୍ରୋମୋସ୍ଫିୟର କୁହାଯାଏ। ସୂର୍ଯ୍ୟର ଏହି ସ୍ତରଗୁଡ଼ିକ ସୂର୍ଯ୍ୟସ୍ପଟ୍ ଓ ଫ୍ଲେୟାର ସମେତ ବିଭିନ୍ନ ସୌର ଘଟଣାକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ପାଣିପାଗ ଓ ଜଳବାୟୁ ଉପରେ ଏଗୁଡ଼ିକର ପ୍ରଭାବ ରହିଛି।

Leave a Reply

Your email address will not be published. Required fields are marked *

Back to top button