ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ତଦନ୍ତ ନିର୍ଦ୍ଦେଶ

ରାଉରକେଲା : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସପି ମିତ୍ରଭାନୁ ମହାପାତ୍ର। ଜିଲ୍ଲା ମହିଳା ଅପରାଧ ତଦନ୍ତକାରୀ କମିଟି ଏହାର ତଦନ୍ତ କରିବ।

ଖବର ଅନୁଯାୟୀ ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି। ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା। ହେଲେ ସୁସ୍ମିତାଙ୍କ ପରିବାର ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏଥିସହ ନ୍ୟାୟ ଦାବିରେ ଶତାଧିକ ଆଦିବାସୀ ମହିଳା ଏଡିଏମ ଅଫିସ ଘେରାଉ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ପୋଲିସ ତଦନ୍ତରେ ଭରସା ନାହିଁ। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ। ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଂଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ସେମାନେ ଅଭିଯୋଗ ହୋଇଥିଲା। ତେବେ ରାଉରକେଲା ଏସପିଙ୍କ ତଦନ୍ତ ନିର୍ଦ୍ଦେଶ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦା ହଟାଇ ପାରୁଛି କି ନାହିଁ ଆଗକୁ ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button