ମାଲକାନଗିରି ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ କଂଗ୍ରେସରୁ ଇସ୍ତଫା

ମାଲକାନଗିରି : ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଆଜି ଦଳର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦାନ କରଛନ୍ତି। ଆଉ ଦର୍ଶାଇଛନ୍ତି ବ୍ୟକ୍ତିଗତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ରାମ ପ୍ରସାଦ ପଟ୍ଟନାୟକ ୧୯୮୪ ମସିହାରୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇଥିବା କହଛନ୍ତି। ଏହାଛଡା ତାଙ୍କୁ ପିସିସି କାର୍ଯ୍ୟକାରିଣୀ ସଦସ୍ୟ ରୂପେ ତାଙ୍କୁ ମନୋନୀତ କରାଯାଇଥିଲା। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଂକର ଇସ୍ତଫା ପତ୍ର ପାଇନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button