ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ବଢିଲା : ଅଭିଯୋଗ କଲେ ସୋମାଲିକା

କଟକ : ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କୁ ବିବାଦ ଛାଡୁନି। ଏବେ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରେମିକା ସୋମାଲିକା ଆଜି କଟକ ସବରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ବିଜୟଶଙ୍କର ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ଗତ ୨୧ ତାରିଖରେ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହା ଉପରେ ସୋମାଲିକା ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ବିଜୟଙ୍କ ବିବାହ ଆବେଦନ ଉପରେ ମୁଁ ଲିଖିତ ଅଭିଯୋଗ କରିଛି। ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା। ମୋତେ ନ୍ୟାୟ ଦରକାର। ଲୁଚିଛପି ବିଜୟ ଏଭଳି କରିଛନ୍ତି। ବିଜୟ ବିବାହ ପାଇଁ ସବ୍‌ରେଜିଷ୍ଟ୍ରୀ ଅଫିସ୍‌ରେ ଆବେଦନ କରିବା କଥା ମୁଁ ଗଣମାଧ୍ୟମରୁ ଜାଣିଥିଲି। ନ ହେଲେ ମୁଁ ଜାଣିପାରି ନଥାନ୍ତି। ସେ କହିଛନ୍ତି ବିଜୟ ମୋତେ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଉଭୟ ପରିବାର ହେବାପରେ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ବିବାହ ପାଇଁ ଆବେଦନ ହୋଇଥିଲା। କିନ୍ତୁ ତାରିଖ ଦିନ ବିଜୟ ନଯିବାରୁ ମୁଁ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲି। ତାଙ୍କ ନାଁରେ କେସ ଚାଲିଛି। ଏପର୍ଯ୍ୟନ୍ତ ରଫାଦଫା ହୋଇ ନାହିଁ।

ସୋମାଲିକା କହିଛନ୍ତି ବିଧାୟକ ଯାହାକୁ ବାହାହେବେ ସେ ହେଉଛନ୍ତି ତାଙ୍କ ଟ୍ୟୁସନ ସାରଙ୍କ ସ୍ତ୍ରୀ। ସେ ମହିଳା ଜଣଙ୍କ ବିଧାୟକଙ୍କ ପ୍ରେମରେ ଏତେ ପାଗଳ ଯେ ତାଙ୍କ ୬ବର୍ଷର ଶିଶୁକୁ ଛାଡ଼ିଦେଇ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି। ମୋତେ ଏଯାଏ ନ୍ୟାୟ ମିଳିନି। ସେ କିଭଳି ବିବାହ କରିବେ ବୋଲି ସୋମାଲିକା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button