ପ୍ରଶ୍ନପତ୍ର ଡିଲ୍ ବେଳେ ୧୦ ଦଲାଲଙ୍କୁ ଧରିଲା ପୋଲିସ

ବାଲେଶ୍ଵର : ଜଳେଶ୍ୱରରେ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଡିଲ୍ ଚାଲିଥିବା ବେଳେ ୧୦ ଦଲାଲ ଧରାପଡିଛନ୍ତି।

ଖବର ଅନୁଯାୟୀ ବାଲେଶ୍ୱର ସାଇବର ପୋଲିସ ଓ ତାଳସୀରରେ ମେରାଇନ୍ ପୋଲିସର ୨୦ ଜଣିଆ ଟିମ୍ ଦୀଘାର ଏକ ଘରୋଇ ହୋଟେଲରେ ଚଢଉ କରିଥିଲା। ଚଢଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲ ଧରାପଡିଛନ୍ତି। ଏହାଛଡା ୪୦ ଜଣ ପରୀକ୍ଷାର୍ଥୀଙ୍କୁ ଅଟକ ରଖାଯାଇଛି। ଚାରିଟି କାର, ଗୋଟିଏ ବସ୍ ଓ ଦୁଇଟି ମିନି ବସ୍ ଜବତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button