ଟ୍ରେନ୍‌ ଦୁର୍ଘଟଣା : ଓଡ଼ିଶାରେ ଫସି ରହିଥିବା ଲୋକଙ୍କ ପାଇଁ ୩ଟି ସ୍ଵତନ୍ତ୍ର ଟ୍ରେନ୍‌

ଭୁବନେଶ୍ଵର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତମାନେ ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୀଡିତ ଓ ସେମାନଙ୍କର ସଂପର୍କୀୟମାନଙ୍କ ପାଇଁ ଭାରତୀୟ ରେଳବାଇ ସ୍ଵତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ। ଓଡ଼ିଶାରୁ ୩ଟି ସ୍ଵତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ଯାତ୍ରା କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଫସି ରହିଥିବା ଯାତ୍ରୀଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ୩ଟି ସ୍ଵତନ୍ତ୍ର ଟ୍ରେନ୍‌ ହାୱଡା ଅଭିମୁଖେ ବାହାରିବ। କେନ୍ଦୁଝରଗଡ଼-ଡାଙ୍ଗଆପଶି-ଖଡ଼ଗପୁର ରୁଟ୍‌ରେ ଏକ ଟ୍ରେନ୍‌ ଯିବ। କଟକ-ଅନୁଗୁଳ-ସମ୍ବଲପୁରସିଟି-ଝାରସୁଗୁଡ଼ା ରୁଟ୍‌ରେ ଦ୍ଵିତୀୟ ଓ ଯଖପୁରା-କେନ୍ଦୁଝରଗଡ଼-ହାଙ୍ଗଆପଶି-ଖଡ଼ଗପୁର ରୁଟ୍‌ରେ ୩ୟ ଟ୍ରେନ୍‌ ଯିବ।

ସେହିପରି ଓଡ଼ିଶା ସରକାର ପୂର୍ବରୁ ଘୋଷଣା କରିଛନ୍ତି ପୁରୀ, ଭୁବନେଶ୍ଵର ଏବଂ କଟକରୁ ମାଗଣାରେ ସ୍ଵତନ୍ତ୍ର ବସ୍‌ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ କୋଲକାତାକୁ ଲୋକେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ବସ୍‌ରେ ଯାଇପାରିବେ। ଏହି ସୁବିଧା ୪୮ ଘଣ୍ଟା ପାଇଁ ଉପଲବ୍ଧ ରହିବ।

Leave a Reply

Your email address will not be published. Required fields are marked *

Back to top button