ଭାରତ କିଣିବ ୧୨ଟି ସୁଖୋଇ-୩୦ ଏମକେଆଇ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ନିମନ୍ତେ ରକ୍ଷାମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ୧୨ଟି ସୁଖୋଇ ୩୦ଏମକେଆଇ ଯୁଦ୍ଧ ବିମାନ କିଣିବାକୁ ଦିଆଯାଇଛି ମଞ୍ଜୁରୀ। ଏସବୁ ବିମାନକୁ ମେକ୍ ଇନ୍ ଇଣ୍ଡିଆ ଯୋଜନା କ୍ରମରେ ହିନ୍ଦୁସ୍ତାନ ଏରୋନେଟିକ କମ୍ପାନୀ ନିର୍ମାଣ କରିବ।

ଖବର ଅନୁଯାୟୀ ଋକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିଛନ୍ତି ୧୧ ହଜାର କୋଟି ଟଙ୍କାର ଏହି ପରିଯୋଜନାରେ ବିମାନ ଓ ଏଥି ସମ୍ବନ୍ଧିତ ଗ୍ରାଉଣ୍ଡ ସିଷ୍ଟମ ସାମିଲ ହେବ। ବିମାନର ଆବଶ୍ୟକତା ଅନୁସାରେ ସାମଗ୍ରୀ ସାମିଲ କରାଯିବ। ପୂର୍ବରୁ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଥିବା ୧୨ଟି ବିମାନ ସ୍ଥାନରେ ଏହି ବିମାନ ଆସିବ। ଏହାର ସ୍ୱତନ୍ତ୍ରତା ହେଉଛି ଏହା ଆକାଶରୁ ମାଟି ଓ ମାଟିରୁ ଆକାଶ ଏକା ସାଥୀରେ ଯୁଦ୍ଧ ଲଢିପାରିବ।

ସୁଖୋଇ ୩୦ଏମକେଆଇ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ବିବେଚନା କରାଯାଏ। ଏହାର କାରଣ ଏହି ବିମାନ ତୀବ୍ର ଓ ଧୀର ଗତିରେ ପବନରେ ନିଜର କଳା କୌଶଳ ଦେଖାଇବାରେ ସମର୍ଥ। ଏହି ବିମାନରେ ଦୁଇଟି ଇଂଜିନ ସହିତ ଦୁଇଜଣ ଚାଳକ ବସିବା ପାଇଁ ସ୍ଥାନ ରହିଥିବା ବେଳେ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖିଛି।

Leave a Reply

Your email address will not be published. Required fields are marked *

Back to top button