ସ୍ୱାମୀଙ୍କୁ କଳା କହିଲେ ନିଷ୍ଠୁରତା ସାବ୍ୟସ୍ତ ହେବ : କୋର୍ଟ

ନୂଆଦିଲ୍ଲୀ : ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଉଚିତ। କେହି ହାହାକୁ ଅପମାନିତ କରିବା ପରି ଭାଷା ବ୍ୟବହାର କରିବା ଉଚିତ ନୁହେଁ। ଯଦି କୌଣସି ମହିଳା ସ୍ଵାମୀଙ୍କୁ ‘କଳା’ କହି ଅପମାନିତ କରନ୍ତି ତେବେ ଏହା ନିଷ୍ଠୁରତା ସାବ୍ୟସ୍ତ ହେବ। ଏହି ଆଧାରରେ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିପାରେ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

ଖବର ଅନୁଯାୟୀ ଏକ ମାମଲାର ବିଚାର କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି ନିଷ୍ପତ୍ତି ଶୁଣାଇଥିବା ବେଳେ ଦମ୍ପତିଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ରେକର୍ଡରେ ଆଧାରିତ ସମସ୍ତ ତଥ୍ୟକୁ ଭିତ୍ତିକରି କରି କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। କାରଣ ସ୍ୱାମୀଙ୍କୁ କଳା କହି ସ୍ତ୍ରୀ ତାଙ୍କର ଅପମାନ କରିବା ଯୋଗୁ ସ୍ୱାମୀ ତାଙ୍କଠାରୁ ଅଲଗା ରହୁଥିଲେ।

କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍‌ ଆଲୋକ ଅରାଧେ ଓ ଜଷ୍ଟିସ୍‌ ଅନନ୍ତ ରାମନାଥ ହେଗଡେଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ନିଜ ସ୍ୱାମୀଙ୍କୁ କଳା କହିବା ସହ ଏହାକୁ ଲୁଚାଇବା ପାଇଁ ସ୍ତ୍ରୀ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଇଥିଲେ। କହିଥିଲେ ସ୍ୱାମୀଙ୍କର ଅନ୍ୟ ମହିଳା ସହସମ୍ପର୍କ ରହିଛି। ଏହାପରେ କୋର୍ଟ ହିନ୍ଦୁ ମ୍ୟାରେଜ ନିୟମ ଅନୁସାରେ, ଦମ୍ପତିଙ୍କ ଛାତ୍ରପତ୍ରକୁ ମଞ୍ଜୁରୀ ଦେଇଥିଲେ।

ସୂଚନାଯୋଗ୍ୟ ୨୦୦୭ ମସିହାରେ ସେମାନଙ୍କର ବିବାହ ହୋଇଥିଲା। ଉଭୟଙ୍କର ଝିଅଟିଏ ମଧ୍ୟ ଅଛି। ୨୦୧୨ରେ ବେଙ୍ଗାଲୁରୁର ଏକ ଫ୍ୟାମିଲି କୋର୍ଟରେ ବ୍ୟକ୍ତି ଜଣକ ଛାଡ଼ପତ୍ର ଆବେଦନ କରିଥିଲେ। ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିବାରୁ ମାମଲା ହାଇକୋର୍ଟକୁ ଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button