ଋଣ ନାଁରେ ଠକେଇ : ମହିଳାଙ୍କୁ ଲଣ୍ଡାକରି ମୁହଁରେ କଳା ବୋଳିଲେ

ପଟ୍ଟାମୁଣ୍ଡାଇ : ଋଣ କରାଇ ଦେବା ନାଁରେ ଠକିଥିବା ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼। କେବଳ ସେତିକି ନୁହେଁ ମହିଳାମାନେ ତାଙ୍କ ମୁହଁରେ କଳା ବୋଳିବା ସହ ଲଣ୍ଡା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଉପକଣ୍ଠ ବେଲତଳ ଗାଁରେ ଘଟଣାଟି ଘଟିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଖବର ଅନୁଯାୟୀ ସମ୍ପୃକ୍ତ ମହିଳା ଜଣଙ୍କ ଋଣ କରାଇ ଦେବା ପାଇଁ ୪ଟି ଗ୍ରୁପର ମହିଳାଙ୍କ ଠାରୁ ୧୨୦୦ ଟଙ୍କା ଲେଖାଏଁ ନେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ଋଣ କରାଇ ପାରି ନଥିଲେ। ତେଣୁ ମହିଳାମାନେ ଗତକାଲି ତାଙ୍କୁ ରାସ୍ତାରେ ଅଟକାଇ ଟଙ୍କା ଫେରାଇବାକୁ କହିଥିଲେ। ସେ ଦେଇ ନପାରିବାରୁ ଚୁଟିକୁ ଧରି ଟଣାଓଟରା କରିବା ସହିତ ମୁହଁରେ କଳା ବୋଳି ଲଣ୍ଡା କରିଥିଲେ। ତେବେ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button