ଦିଲ୍ଲୀରେ ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ : ଦେଶରେ ବର୍ଷା ଲାଗି ରହିଛି। ମୌସୁମୀ ଆସିବା ପରେ କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯାଇଥିବା ବେଳେ କେତେକ ସ୍ଥାନରେ ଜାତୀୟ ରାଜପଥ ଧୋଇଯାଇଛି।

ଖବର ଅନୁଯାୟୀ ଦିଲ୍ଲୀର ବର୍ଷା ୪୧ ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନିବାର ଓ ରବିବାର ପ୍ରବଳ ବର୍ଷା ହୋଇଥିବା ଦେଖାଯାଇଛି। ଦିଲ୍ଲୀରେ ୨୪ଘଣ୍ଟା ମଧ୍ୟରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା। ୧୯୮୨ ପରଠାରୁ ଜୁଲାଇ ମାସରେ ଦିଲ୍ଲୀରେ ଏତେ ପରିମାଣରେ ବର୍ଷା ହୋଇନଥିଲା।

ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପାଇଁ ଅତି କମରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି। ୫ଜଣକ ମଧ୍ୟରେ ଶିମଲାରୁ ତିନି ଜଣ, ଚମ୍ବାରୁ ଜଣେ ଏବଂ କୁଲୁରେ ଜଣେ ରହିଛନ୍ତି। ତେବେ ବର୍ଷାର ପରିମାଣ ଅଧିକ ହେବାରୁ ହିମାଚଳ ପ୍ରଦେଶର କୁଲୁରେ ଥିବା ବିସ୍ ନଦୀର ଜଳସ୍ତର ବଢ଼ିଛି।

Leave a Reply

Your email address will not be published. Required fields are marked *

Back to top button