ନକଲି ଯୁକ୍ତ ଦୁଇ ପ୍ରମାଣପତ୍ର ମାମଲା: ଅଭିଯୁକ୍ତ ଅଧ୍ୟାପକ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଏକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ଜଣେ ଯୁକ୍ତ ଦୁଇ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କୁ ନକଲି ପ୍ରମାଣପତ୍ର ଦେଇଥିଲେ। ଆଜି ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ ଶନିବାର ଖୋର୍ଦ୍ଧା ସଦର ଥାନା ପୋଲିସ ପକ୍ଷରୁ ଗିରଫ ସମ୍ପର୍କରେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ କହିଛନ୍ତି ୨୦୨୩ ଅଗଷ୍ଟ ୩ରେ ଦଧିମାଛଗାଡ଼ିଆର ଅଭିଷେକ କୁମାର ସାମନ୍ତରାୟ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯୁକ୍ତ ଦୁଇ କଳାରେ ଅକୃତକାର୍ଯ୍ୟ ହୋଇଥିଲେ। କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ତାଙ୍କ ଠାରୁ ୩୩ହଜାର ଟଙ୍କା ନେଇ ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ୍‌ ପ୍ରମାଣପତ୍ର ଦେଇଥିଲେ। ଏହି ପ୍ରମାଣପତ୍ର ପରବର୍ତ୍ତୀ ସମୟରେ ନକଲି ବୋଲି ଜଣାପଡ଼ିଥିଲା। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହିତ ଅଧ୍ୟାପକ ତପନ ପୃଷ୍ଟିଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button