ବିଜେପି ସାଂସଦ କିରୋଡି ଲାଲ ମୀନା ଗିରଫ

ଜୟପୁର : ରାଜସ୍ଥାନର ଅଶୋକ ନଗର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୋଲିସ ଗିରଫ କରିଛି। ତାଙ୍କ ବହୁ ସଂଖ୍ୟକ ସମର୍ଥକ ଏବେ ଥାନା ବାହାରେ ରହିଛନ୍ତି।

ଖବର ଅନୁଯାୟୀ ଖଣି ବିଭାଗରେ ପ୍ରାୟ ୬୬ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଗତକାଲି ଅଭିଯୋଗ କରିଥିଲେ ବିଜେପି ସାଂସଦ ମୀନା। ଯେଉଁଥିରେ ୨୭ ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ, ୨୦ ହଜାର କୋଟିର ପଥର ଓ କୋଇଲା ରହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫଆଇଆର ଦାଖଲ କରିବା ପାଇଁ ମୀନା ଅଶୋକ ନଗର ଥାନାକୁ ଯାଇଥିଲେ।
ପୋଲିସ ଏଫଆଇଆର ଗ୍ରହଣ ନ କରିବାରୁ ସମର୍ଥକଙ୍କ ସହ ସେ ଧାରଣାରେ ବସିଥିଲେ। ଆଉ ପୋଲିସର ନିଷ୍କ୍ରିୟତା ନେଇ ନାରାବାଜି କରିଥିଲେ। ଏପରିକି ବିଜେପି ଅଧ୍ୟକ୍ଷ ସିପି ଯୋଶୀ ଓ ବିରୋଧୀଦଳ ନେତା ରାଜେନ୍ଦ୍ର ରାଥୋଡ଼ ସେଠାରେ ପହଞ୍ଚିଥିଲେ। କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ। ଆଜି ମିନାଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button