ବାଣ କାରଖାନାରେ ବିସ୍ଫୋରଣ : ୮ ମୃତ

ବେଙ୍ଗଲୁର : ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇଥିବା ବେଳେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ।

ଖବର ଅନୁଯାୟୀ ଶନିବାର ସକାଳେ ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ଏହି ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ବାଣ କାରଖାନା ନିକଟରେ ଥିବା ଏକ ହୋଟେଲ ଘର ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା ୪ଟି କୋଠାର ଆଶିଂକ କ୍ଷତି ହୋଇଛି। ପୋଲିସ କହିଛି ମୃତକଙ୍କ ବ୍ୟତୀତ ୧୨ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button