ଚୋର ସନ୍ଦେହରେ ନିସ୍ତୁକ ମାଡ : ୨ ମୃତ୍, ଜଣେ ଗୁରୁତର

ବରଗଡ଼ : ଚୋର ସନ୍ଦେହରେ ଗ୍ରାମବାସୀ ନିସ୍ତୁକ ମାଡ ମାରିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହୋଇଛି। ଏହି ଘଟଣା ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ମୃତ ଯୁବକଙ୍କ ନାଁ ବିଜୟ ବାଗ ଓ ବିକୁ ଜାଲ। ବିଜୟଙ୍କ ଘର ବରଗଡ଼ ସଦର ଥାନା ଅନ୍ତର୍ଗତ ପାଣ୍ଡରିପଥର ଗାଁରେ। ବିକୁଙ୍କ ଘର ସମ୍ବଲପୁରରେ। ଗୁରୁତର ଯୁବକ ଜଣଙ୍କପାଣ୍ଡରିପଥର ଗାଁର ସୁରତ କର୍ମୀ। ମଙ୍ଗଳବାର ବିଜୟ, ବିକୁ ଓ ସୁରତଙ୍କ ସମେତ ୪ ଜଣ ଯୁବକ ସାହୁଟିକ୍ରାକୁ ଯାଇଥିଲେ। ସେମାନଙ୍କୁ ହାବଭାବ ଦେଖି ସ୍ଥାନୀୟ ଲୋକେ ଚୋର ବୋଲି ସନ୍ଦେହ କରି ଅଟକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାରୁ ଗ୍ରାମବାସୀମାନେ ବିଜୟ, ବିକୁ ଓ ସୁରତଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ବିଜୟ ବାଗଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ବିକୁ ଓ ସୁରତଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଟାଉନ୍ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକୁଙ୍କର ମୃତ୍ୟୁ ଘଟିଛି। ଗୁରୁତର ସୁରତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button