ପ୍ରେମ ପାଇଁ ଭଉଣୀର ତଣ୍ଟିଚିପି ହତ୍ୟା

ନୂଆଦିଲ୍ଲୀ : ପ୍ରେମ କରିବା କାରଣରୁ ଭଉଣୀର ତଣ୍ଟିଚିପି ହତ୍ୟାକଲେ ଦୁଇ ଭାଇ। ଶବକୁ ଫିଙ୍ଗି ଦେଲେ ଗାଜିଆବାଦ କେନାଲ୍ରେ। ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି
ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ପୋଲିସ ପାଟ୍ରୋଲ୍ ଟିମ୍ ମୁରାଦନଗରରେ ଦୁଇଜଣ ଲୋକଙ୍କୁ ଦେଖି କୁଆଡୁ ଆସିଲ ବୋଲି ପଚାରିଲେ। ଉତ୍ତର ସନ୍ଦେହଜନକ ମନେ ହେବାରୁ ସେମାନଙ୍କୁ ପୋଲିସ ଜେରା କରିବାରୁ ଜଣାପଡ଼ିଲା ସୁଫିୟାନ୍ ଓ ଆରଜଣକ ତାଙ୍କ ସମ୍ପର୍କୀୟ ଭାଇ ମହତାବ। ଗାମୁଛାରେ ଭଉଣୀକୁ ଶ୍ଵାସରୁଦ୍ଧ କରି ମାରିବା ପରେ ଶବକୁ ଗାଙ୍ଗନହର କେନାଲ୍ରେ ଫିଙ୍ଗି ଦେଇଥିବା ସେମାନେ ସ୍ଵୀକାର କରିଥିଲେ।
ପୋଲିସକୁ ଅଭିଯୁକ୍ତ କହିଛନ୍ତି ସେମାନଙ୍କ ଭଉଣୀ ଶିବା ଦିଲ୍ଲୀରେ ଆତ୍ମୀୟଙ୍କ ସହିତ ରହୁଥିଲା। ଅନ୍ୟ ଧର୍ମର ଜଣେ ଯୁବକଙ୍କୁ ପ୍ରେମ କରୁଥିବା ଜାଣିବାରୁ ସେମାନେ ବିରୋଧ କରିଥିଲେ। କିନ୍ତୁ କଥା ନାମାନିବାରୁ ଶେଷରେ ଶିବାକୁ ହତ୍ୟା କଲେ। କେନାଲ୍ରୁ ଶିବାଙ୍କର ପୋଷାକ, ଚପଲ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଗାମୁଛା ଉଦ୍ଧାର କରାଯାଇଥିଲେ ହେଁ ଶବ ମିଳିନାହିଁ।




























