ମୟୁରଭଞ୍ଜ ଗସ୍ତରେ ୫ଟି ଅଧ୍ୟକ୍ଷ : ଛାତ୍ରଛାତ୍ରୀ ଓ ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇଲେ

ବାରିପଦା : ମୟୁରଭଞ୍ଜ ଜିଲ୍ଲ‍ା ଗସ୍ତରେ ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ୫ଟିରେ ରୂପାନ୍ତରୀକରଣ ହୋଇଥିବା ୧୫୪ ଯୁକ୍ତ ୨ କଲେଜର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ପାଣ୍ଡିଆନ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ କହିଲେ ଜୀବନରେ ଉଚିତ ବନ୍ଧୁ ସହିତ ରହିବା ସହିତ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ଜୀବନରେ ବନ୍ଧୁ ସହିତ ଗୁରୁ ହିଁ ଜଣେ ଏମିତି ଲୋକ ଯିଏ କି ଆପଣଙ୍କ ସଫଳତାରେ ଖୁସି ହୁଅନ୍ତି। ନିଜ କଳା ସଂସ୍କୃତି ସହିତ ପାଠପଢାରେ କୃତିତ୍ୱ ହାସଲ କଲେ ହିଁ ରାଜ୍ୟ ଗଠନରେ ଭାଗ ନେଇ ପାରିବେ ବୋଲି ସେ ବାର୍ତ୍ତା ଦେଇଛନ୍ତି। ଜିଲ୍ଲାର ପ୍ରତି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

୫ଟି ଅଧ୍ୟକ୍ଷ ଶ୍ରୀ ୫ଟି ଅଧ୍ୟକ୍ଷ ଯୁବ ସମାବେଶରୁ ଛଉ ପଡିଆ ଆସିବା ସମୟରେ ବାରିପଦାର ରକ୍ସି ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଛଉ ପଡ଼ିଆରେ ଆୟୋଜିତ ଦଳୀୟ କର୍ମୀଙ୍କ ସାଧାରଣ ଅଭିଯୋଗ ଶୁଣାଣିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ସବୁ ସ୍ତରର କର୍ମୀଙ୍କ ସହିତ ଆଲୋଚନା କରିଥିଲେ।

ସେ କହିଲେ ମୁଖ୍ୟମନ୍ତ୍ରୀ ସବୁବେଳେ ମୟୁରଭଞ୍ଜବାସୀଙ୍କ କଥା ଶୁଣି ଆସିଛନ୍ତି। ସେଥିଲାଗି ଆଗରୁ ଜନଶୁଣାଣି ମାଧ୍ୟମରେ ଆସିଥିବା ସମସ୍ୟା ସମାଧାନ କରି ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ଲାଗି ୭୦୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ସେ କହିଲେ ଯଦି ୭୮ବର୍ଷର ନବୀନ ବାବୁ ୨୪ ଘଣ୍ଟାରୁ ୧୮ ଘଣ୍ଟା ଓଡିଶାବାସୀଙ୍କ ଲାଗି ପରିଶ୍ରମ କରୁଛନ୍ତି ତେବେ ଆମେ ସମସ୍ତେ ତାଙ୍କ ପ୍ରେରଣା ପାଇ ତାଠାରୁ ଅଧକ ପରିଶ୍ରମ କରିବା କଥା। ଯଦି ସେହିପରି ପରିଶ୍ରମ ଓ ଏକତା କର୍ମୀମାନେ ରଖନ୍ତି ତେବେ ଆଗାମୀ ନିର୍ବାଚନରେ ପୁଣି ମୟୁରଭଞ୍ଜରେ ମ୍ୟାଜିକ ହେବ ବୋଲି କହିବାରୁ ଉପସ୍ଥିତ ଜିଲ୍ଲାର ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button