ମଲ୍ଲିକାଙ୍କ ବ୍ୟାକଲେସ୍ ଡ୍ରେସ୍ ଭିଡିଓ ଭାଇରାଲ

ମୁମ୍ବାଇ : ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ଜନ୍ମ ହିସାରର ଏକ ଛୋଟ ଗାଁରେ। କିନ୍ତୁ ସେ ବଲିଉଡରୁ ହଲିଉଡ଼ ଯାଏଁ ପହଞ୍ଚିବାରେ ସଫଳ ହୋଇଛନ୍ତି। ଫିଲ୍ମ ‘ମର୍ଡର’ ରେ ଏକ ବୋଲ୍ଡ ସିନ କରି ବଲିଉଡରେ ହଙ୍ଗାମା ସୃଷ୍ଟି କରିଥିବା ମଲ୍ଲିକା ବୋଲ୍ଡ ଅବତାର ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହାକୁ ଖୋରାକ ଯୋଗାଇଛି ତାଙ୍କର ଏକ ବ୍ୟାକଲେସ୍ ଡ୍ରେସ୍ ଭିଡିଓ। ଯାହା ଭାଇରାଲ ହେଉଛି।
ମଲ୍ଲିକା ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଓ ଏହା ମାଧ୍ୟମରେ ପ୍ରଶଂସକଙ୍କ ସହିତ ଯୋଡିହୋଇ ରହିଛନ୍ତି। ପ୍ରତିଦିନ ନିଜ ଇନଷ୍ଟା ଆକାଉଣ୍ଟରେ ଥ୍ରୋବ୍ୟାକ୍ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଦୁଇ ଲକ୍ଷରୁ ଅଧିକ ଫଲୋୟର୍ସ ଇନଷ୍ଟାଗ୍ରାମରେ ତାଙ୍କୁ ଫଲୋ କରୁଥିବାରୁ ସେ ସେୟାର କରିବା ମାତ୍ରେ ତାଙ୍କ ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ମଲ୍ଲିକାଙ୍କ ଏକ ପୋଷ୍ଟ ଆଜିକାଲି ସୋସିଆଲ ମିଡିଆରେ ଛାଇ ରହିଛି। ଏହି ପୋଷ୍ଟରେ ମଲ୍ଲିକା ନିଜର ଏକ ଭିଡିଓ ସେୟାର କରିଛନ୍ତି ଯାହା ଏକ ଆୱାର୍ଡ ଫଙ୍କସନର। ଏଥିରେ ସେ ଏକ ବ୍ୟାକଲେସ୍ ଡ୍ରେସ ପିନ୍ଧିଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ମଲ୍ଲିକା ନିଜ ଡ୍ରେସ ଠିକ କରୁଥିବା ନଜର ଆସିଛନ୍ତି। ଏହି ପୋଷାକରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି। ଯଦିଓ ଏହି ଭିଡିଓ ପୁରୁଣା, କିନ୍ତୁ ତାଙ୍କ ପୋଷାକ ହେତୁ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ଲୋକଙ୍କୁ ତାଙ୍କ ଡ୍ରେସିଂ ସେନ୍ସ ଜମା ପସନ୍ଦ ଆସି ନାହିଁ। ଆଉ କିଛି ଲୋକ ମଲ୍ଲିକାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ମଲ୍ଲିକା ଖୁବ୍ ଶୀଘ୍ର ସଲମାନ ଖାନଙ୍କ ଭାଇ ଅରବାଜଙ୍କ ଆଗାମୀ ଚଳଚ୍ଚିତ୍ର ‘ରୋଜି ଦି ସାଫ୍ରନ୍ ଚାପ୍ଟର’ରେ ନଜର ଆସିବେ। ଏଥିରେ ବିବେକ ଓବରୋଇଙ୍କୁ ତାଙ୍କ ସହ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପାଲକ ତିୱାରୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।