୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

ଭୁବନେଶ୍ଵର : ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି।

ଖବର ଅନୁଯାୟୀ ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି ବିବରଣୀକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଦର୍ଶଯାଇଛି ଓଡ଼ିଶାର ୧୪୫ ବିଧାୟକଙ୍କ ବିବରଣୀଙ୍କୁ ବିଶ୍ଲେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୪ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେଥିରୁ ୪୬ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି।

ସେହିପରି ଓଡ଼ିଶାର ଦୁଇଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଛି। ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ଏହାଛଡା ବିଜେଡିର ୧୧୩ ଜଣ ବିଧାୟକଙ୍କ ସତ୍ୟପାଠ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ଏହି ୪୫ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଏଡିଆର ତଥ୍ୟରୁ ଜଣାପଡିଛି।

ଏଡିଆର ତଥ୍ୟ ଅନୁସାରେ ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ମୋଟ ୧୩୫୬ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୪୭୯ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହି ୪୭୯ ଜଣଙ୍କ ମଧ୍ୟରୁ ୩୩୭ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। ସେହିପରି ୭୧୯ ଜଣ କଂଗ୍ରେସ ବିଧାୟକଙ୍କ ତଥ୍ୟ ସୂଚାଇଛି ୩୩୪ ଜଣଙ୍କ ନାଁରେ ଅପରାଧିକ ମାମଲା ଓ ସେଥିରୁ ୧୯୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *

Back to top button