ସୀମାରେ ଉତ୍ତେଜନା ହ୍ରାସ ପାଇଁ ମୋଦି-ଜିନପିଙ୍ଗ ରାଜି

ନୂଆଦିଲ୍ଲୀ : ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ। ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରାଜି ହୋଇଛନ୍ତି।

ଖବର ଅନୁଯାୟୀ ୨୦୨୦ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ସେହିଦିନ ଠାରୁ ଏଲଏସିରେ ଉଭୟ ଦେଶ ଶକ୍ତି ବୃଦ୍ଧି କରୁଛନ୍ତି। ଦୀର୍ଘ ୩ ବର୍ଷ ପରେ ବିବାଦର ସମ୍ପର୍କରେ ଆଲୋଚନା କରିଛନ୍ତି ମୋଦି ଓ ଜିନପିଙ୍ଗ। ଉଭୟ ନେତା ବ୍ରିକ୍ସି ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିଥିବା ବେଳେ ସୀମା ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ରାଜି ହୋଇଛନ୍ତି। ବୈଦେଶିକ ସଚିବ ବିନୟ କୱାତ୍ରା ଏହି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button