୧୪ କିମି କେବୁଲ ବିଛାଇଲେ ପଞ୍ଚାୟତବାସୀ

ଫୁଲବାଣୀ : ନେଟୱର୍କ ବିଭ୍ରାଟ। ସାମାନ୍ୟ ବର୍ଷା ଓ ପବନରେ ବିଏସ୍‌ଏନ୍‌ଏଲ୍‌ ଲିଙ୍କ୍ ଫେଲ୍‌। ଏପରି ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ନଶୁଣିବାରୁ ୮ଟି ପଞ୍ଚାୟତବାସୀଙ୍କ ଭରସା ତୁଟି ଯାଇଥିଲା। ସେମାନେ ଏକଜୁଟ ହୋଇ ୧୪ କିଲୋମିଟର ମାଟି ଖୋଳି ବିଏସ୍‌ଏନଏଲ୍‌ କେବୁଲ ଵିଛାଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଗ୍ରାମପଞ୍ଚାୟତରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ପଞ୍ଚାୟତବାସୀ କେବୁଲ ଵିଛାଇବା ପରେ ଗୋଚ୍ଛାପଡ଼ାରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାୱାର ବସିବା ସହିତ ଫୁଲବାଣୀରୁ ଟାୱାରକୁ ଲିଙ୍କ ଦିଆଯାଇଛି। ଫୁଲବାଣୀରୁ ଗୋଚ୍ଛାପଡ଼ା ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ କେବୁଲକୁ ଘାଟି ପାହାଡ଼ ରାସ୍ତା ଦେଇ ଦେଇ ନିଆଯାଇଛି। ଯାହା ଫଳରେ ବିଭିନ୍ନ ସମୟରେ ଏହି କେବୁଲ ଉପରେ ଗଛ ଡାଳ ପ୍ରଭୃତି ପଡ଼ି ନେଟୱାର୍କ ସମସ୍ୟା ସହ ଲିଙ୍କ ଫେଲ୍‌ ସମସ୍ୟା ଦେଖାଯାଉଥିଲା। ଲୋକେ ଚାନ୍ଦା ଆଦାୟ କରି ସେହି ଅର୍ଥରେ ମାଟି ଖୋଳି କେବୁଲ ବିଛାଇଥିବାରୁ ଏବେ ସମସ୍ୟା ଦୂର ହୋଇଛି।

Leave a Reply

Your email address will not be published. Required fields are marked *

Back to top button