ଖଲ୍ଲିକୋଟ : ହରିପୁର ବୋମାମାଡରେ ଦୁଇ ଗୁରୁତର

ବ୍ରହ୍ମପୁର : ଖଲ୍ଲିକୋଟ ଥାନା ତୁଳସୀପୁର ପଞ୍ଚାୟତର ହରିପୁର ଗ୍ରାମରେ ବୋମାମାଡ଼। ଆଜି ସକାଳେ ଲଗାତର ୪ଟି ବୋମା ମାଡ଼ ଯୋଗୁ ଦୁଇ ସଂପର୍କୀୟ ଭାଇ ନୀଳାଞ୍ଚଳ ଦାସ ଓ ଶ୍ରୀନିବାସ ଦାସ ଗୁରୁତର ଆହତ ହୋଇଛନ୍ତି। ନାବାଳକ ସୁକାନ୍ତ ଦାସ ନିଖୋଜ ହୋଇଥିବାରୁ ତାଙ୍କୁ ଅପହରଣ କରାଯାଇଥିବା ଆଶଙ୍କା କରାଯାଉଛି।

ଖବର ଅନୁଯାୟୀ ହରିପୁର ଗ୍ରାମରେ କିଛିଦିନ ତଳେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଗତକାଲି ରାତିରେ ସୁକାନ୍ତ ନିଖୋଜ ହୋଇଯିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ଆଜି ସକାଳେ ଗାଁ ମଝିରେ ନୀଳାଞ୍ଚଳ ଓ ଶ୍ରୀନିବାସଙ୍କୁ ଲକ୍ଷ୍ୟ କରି ପ୍ରତିପକ୍ଷ ଗୋଷ୍ଠୀ ଚାରିଟି ବୋମା ଫିଙ୍ଗିଥିଲେ। ପୋଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନୀଳାଞ୍ଚଳଙ୍କ ମାଆ ଉଷା ଦାସ ଏତଲା ଦେବାରୁ ଖଲ୍ଲିକୋଟ ଥାନା ପୋଲିସ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *

Back to top button