କ୍ଷୀର ସହିତ ୯ଟି ଖାଦ୍ୟ ଖାଇବା ମନା

ଅନେକ ଲୋକ କ୍ଷୀର ଓ କଦଳୀ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆୟୁର୍ବେଦ ଏପରି ମିଶ୍ରଣ ଖାଦ୍ୟକୁ ବାରଣ କରିଛି। କାରଣ ଆମେ ଖାଉଥିବା ଖାଦ୍ୟ ହଜମ କରିବାପାଇଁ ମନୁଷ୍ୟ ଶରୀରରେ ଥିବା ପାଚକାଗ୍ନି ସହାୟକ ହୋଇଥାଏ। ଯେତେବେଳେ ଖାଦ୍ୟ ପାଚକାଗ୍ନିକୁ ଓଭରଲୋଡ କଲେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଥାଏ। ଏଥିରୁ ବିଶାକ୍ତ ପ୍ରତିକ୍ରିୟା ସୃଷ୍ଟି ହୁଏ। ଯାହାହୁଏ ଶରୀରରେ ରୋଗ ସୃଷ୍ଟି କାରଣ। ତେଣୁ ଭୁଲ ଖାଦ୍ୟମିଶ୍ରଣକୁ ବାଛନ୍ତି ଅନୁଚିତ। ସେଥିପାଇଁ କ୍ଷୀରରେ ଏସବୁ ଖାଦ୍ୟ ମିଶାଯାଇ ନାହିଁ।
୧. କଦଳୀ
୨. ଚେରି
୩. କୌଣସି ଖଟାଫଳ
୪. ଖମିରରୁ ତିଆରି ହୋଇଥିବା ଖାଦ୍ୟ
୫. ଅଣ୍ଡା, ମାଛ, ମାଂସ
୬. କିଚାରି
୭. ଦହି
୮. ଲେମ୍ବୁ
୯. ମୂଳା
କ୍ଷୀର ପିଇବା ସବୁଠାରୁ ଭଲ। ହେଲେ ସତେଜ କ୍ଷୀରକୁ ମହୁ କିମ୍ବା ଗୁଡ଼ ନିଜ ପସନ୍ଦ ଅନୁସାରେ ମିଶାଇ ଖାଇପାରିବେ। କିନ୍ତୁ ଚେଷ୍ଠା କରନ୍ତୁ ଅନ୍ୟକିଛି ମିଶାଇ ଖାଇବା ଉଚିତ ନୁହେଁ।