ପାକିସ୍ତାନ : ସେନା ମୁଖ୍ୟାଳୟରେ ଆନ୍ଦୋଳନକାରୀ ଧସେଇ ପଶିଲେ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫ ପରେ ପାକିସ୍ତାନରେ ନିଆଁ ଜଳୁଛି। ଇସ୍ଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡି ଆଦି ବିଭିନ୍ନ ସହରରେ ହିଂସା ବ୍ୟାପିବାରେ ଲାଗିଛି। ଇମ୍ରାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) କର୍ମୀ ଓ ଅନ୍ୟ ବିକ୍ଷୋଭକାରୀମାନେ ସେନା ଏବଂ ପୋଲିସ ବିରୋଧରେ ସ୍ଲୋଗାନ ଦେବାସହ ପୋଲିସଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି।

ଖବର ଅନୁଯାୟୀ ଆନ୍ଦୋଳନକାରୀମାନେ ରାୱଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି। ଲାହୋର, କ୍ଵେଟା, ପେଶାୱର, ଗୁଜରନୱାଲା ସେନାର କ୍ୟାଣ୍ଟନମେଣ୍ଟ ଗୁଡ଼ିକରେ ଆନ୍ଦୋଳନକାରୀମାନେ ପଶି ଭଙ୍ଗାରୁଜ୍ଜା କରିଛନ୍ତି। ଲାହୋର ପାକିସ୍ତାନ ସେନା କୋର୍ କମାଣ୍ଡରଙ୍କ ବାସଭବନରେ ଆନ୍ଦୋଳନକାରୀ ଭଙ୍ଗାରୁଜ୍ଜା ଓ ଜଳାପୋଡ଼ା କରିଛନ୍ତି। ସେହିପରି କରାଚିରେ ପୋଲିସ କର୍ମୀମାନଙ୍କୁ ଲୋକେ ପିଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପୋଲିସକୁ ଗୁଳିଚଳାଇବାକୁ ପଡ଼ିଛି।ଇସ୍ଲାମାବାଦରେ ଜଳାପୋଡ଼ାକୁ ଦୃଷ୍ଟିରେ ରଖି ସହରରେ ଧାରା ୧୪୪ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button