ଜାନୁଆରୀ ୨୬ରେ ପରେଡ୍‌ କରିବେ ମହିଳା

ନୂଆଦିଲ୍ଲୀ : ୨୦୨୪ ଜାନୁଆରୀ ୨୬ରେ କେବଳ ମହିଳାମାନେ କର୍ତ୍ତବ୍ୟ ପଥରେ ପରେଡ୍‌ କରିବେ। ଏପରିକି ମାର୍ଚିଂ ସ୍କ୍ବାର୍ଡ ଓ ସାଂସ୍କୃତିକ ଉପସ୍ଥାପନାରେ ମଧ୍ୟ ମହିଳା ନଜର ଆସିବେ ବୋଲି କୁହାଯାଉଛି।

ଖବର ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବରେ କୁହାଯାଇଛି ଏହି ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ମତ ଆଧାରରେ ନିଷ୍ପତ୍ତି ନିଆଯାଇଛି ୨୦୨୪ ଗଣତନ୍ତ୍ର ଦିବସରେ କେବଳ ମହିଳାମାନେ ଅଂଶଗ୍ରହଣ କରି ପାରିବେ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଛି। ନିଷ୍ପତ୍ତିକୁ ନେଇ ପ୍ରକାଶ ପାଇଛି ପ୍ରତିକ୍ରିୟା। ସମର୍ଥନ ଓ ସମାଲୋଚନା ଭିତରେ ବିଭିନ୍ନ ମହଲ ଏହାକୁ ପ୍ରଶଂସା କରିଛି।

Leave a Reply

Your email address will not be published. Required fields are marked *

Back to top button