ବ୍ଲୁ ଡାର୍ଟ ମେଡ-ଏକ୍ସପ୍ରେସ ପକ୍ଷରୁ ଭିଏଲଓଏସ୍ ଓ ବିଭିଏଲଓଏସ୍ ଡ୍ରୋନ ପରୀକ୍ଷଣ ଶୁଭାରମ୍ଭ

ମୁମ୍ବାଇ/ ଭୁବନେଶ୍ୱର : ଡଏଚେ ପୋଷ୍ଟ ଡିଏଚଏଲ ଗ୍ରୁପ (ଡିପିଡିଏଚଏଲ)ର ଅଂଶବିଶେଷ ଓ ଭାରତର ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ବ୍ଲୁ ଡାର୍ଟ ସେପ୍ଟେମ୍ବର ୯ ତାରିଖ ଦିନ ବ୍ଲୁ ଡାର୍ଟ ମେଡ-ଏକ୍ସପ୍ରେସ କନସୋର୍ଟିୟମ ଜରିଆରେ ହାଇଦ୍ରାବାଦର ବିକାରାବାଦଠାରେ ସଫଳତାର ସହିତ ଭିଜୁଆଲ ଲାଇନ ଅଫ୍ ସାଇଟ (ଭିଏଲଓଏସ୍‌) ଡ୍ରୋନ ଯୋଗାଣ ପରୀକ୍ଷଣ ଆରମ୍ଭ କରିଥିବା ଘୋଷଣା କରିଛି।

ଡ୍ରୋନ ପରୀକ୍ଷଣ ଆରମ୍ଭ କରିବାରେ ବିଭିନ୍ନ କନସୋର୍ଟିୟମ ମଧ୍ୟରେ ପ୍ରଥମ ସୁଯୋଗ ପାଇଥିବାରୁ ବ୍ଲୁ ଡାର୍ଟ ଗର୍ବିତ ମନେ କରୁଛି। ଏହି ସଂଗଠନ ତାହାର ପ୍ରଯୁକ୍ତିଗତ ଶକ୍ତିକୁ ଅଧିକ ମଜଭୁତ କରିଥିବାବେଳେ ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତେଲେଙ୍ଗାନା ସରକାରଙ୍କ ମେଡିସିନ ଫ୍ରମ ସ୍କାଏ (ଆକାଶରୁ ଔଷଧ) ପ୍ରକଳ୍ପ ଅଧୀନରେ ଶୁଭାରମ୍ଭ କରାଯାଇଥିବା ଏହି ପରୀକ୍ଷାମୂଳକ ଯୋଗାଣରୁ ଆଶାଜନକ ପରିଣାମ ମିଳିଛି। ଯାହା ଫଳରେ ଟିକାଗୁଡିକ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଦେଶ ଆଉ ପାଦେ ନିକଟତର ହୋଇଛି। ୨୦୨୧ ସେପ୍ଟେମ୍ବର ୧୧ରେ ବିୟଣ୍ଡ ଭିଜୁଆଲ ଲାଇନ ଅଫ୍ ସାଇଟ (ବିଭିଏଲଓଏସ୍‌) ପରୀକ୍ଷଣ ଆରମ୍ଭ ହୋଇଛି ଓ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହା ଚାଲିବ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ତେଲେଙ୍ଗାନା ସରକାରଙ୍କ ଆଇଟିଇଆଣ୍ଡସି, ଆଇଆଣ୍ଡସି ଓ ଏମଏୟୁଡି ବିଭାଗ ମନ୍ତ୍ରୀ କେ ଟି ରାମାରାଓ, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ପ୍ରଦୀପ ସିଂହ ଖରୋଲା, ତେଲେଙ୍ଗାନା ସରକାରଙ୍କ ଇମରଜିଂ ଟେକ୍ନୋଲୋଜିସ୍ (ଉଦୀୟମାନ ପ୍ରଯୁକ୍ତି) ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ରମାଦେବୀ ଲାଙ୍କା ଏବଂ ବିକାରାବାଦ ଜିଲାର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀମତୀ ନିଖିଳା ଅତିଥି ଭାବରେ ଯୋଗଦେଇଥିଲେ।

ଭାରତର ଦୁର୍ଗମତମ ଅଞ୍ଚଳକୁ ଡ୍ରୋନ ସହାୟତାରେ ଟିକା ଓ ଜରୁରୀ ଚିକିତ୍ସା ସାମଗ୍ରୀ ଯୋଗାଣ କ୍ଷେତ୍ରରେ ବିପ୍ଳବ ଆଣିବା ଲକ୍ଷ୍ୟରେ ଚଳିତ ବର୍ଷ ଆରମ୍ଭରେ ବ୍ଲୁ ଡାର୍ଟ ମେଡ-ଏକସପ୍ରେସ କନସୋର୍ଟିୟମ ଗଠନ କରାଯାଇଥିଲା। ବ୍ଲୁ ଡାର୍ଟ ମେଡ-ଏକ୍ସପ୍ରେସ କନସୋର୍ଟିୟମ, ତେଲେଙ୍ଗନା ସରକାର, ବିଶ୍ୱ ଅର୍ଥନୈତିକ ଫୋରମ, ନିତି ଆୟୋଗ ଏବଂ ହେଲ୍‍ଥନେଟ୍ ଗ୍ଲୋବାଲର ସହଭାଗିତାରେ ‘ମେଡିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପର ଅଂଶବିଶେଷ ଅଟେ।

ଶୁଭାରମ୍ଭ ଅବସରରେ ପ୍ରକାଶ କରି ବ୍ଲୁ ଡାର୍ଟର ପରିଚାଳନା ନିର୍ଦ୍ଦେଶକ ବାଲଫୋର ମାନୁଏଲ କହିଥିଲେ “ବ୍ଲୁ ଡାର୍ଟ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଯୁକ୍ତି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରୁଛି ଏବଂ ତେଲେଙ୍ଗାନା ସରକାରଙ୍କ ସହିତ ତାଙ୍କର ‘ମେଡିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପରେ ସହଭାଗିତା କରୁଛି ଯାହା ଆମକୁ ସମ୍ପୂର୍ଣ୍ଣ ସଠିକ ସୁଯୋଗ ଯୋଗାଇ ଦେଇଛି। ଭାରତର ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଏକ ସୁସଂହତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପ୍ରୟାସ ହାତକୁ ନିଆଯାଇଛି ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନେ ପାଇବାକୁ ଯୋଗ୍ୟ ସ୍ୱାସ୍ଥ୍ୟଯତ୍ନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି। ଆମେ ଡ୍ରୋନ ପ୍ରଯୁକ୍ତିର ଚମତ୍କାରିତା ଲକ୍ଷ୍ୟ କରୁଥିବାବେଳେ ଏହି ସେବାକୁ ସମଗ୍ର ରାଷ୍ଟ୍ରରେ ପରିବ୍ୟାପ୍ତ କରିବା ଏବଂ ଏହି ଦୁର୍ଗମ ଅଞ୍ଚଳଗୁଡିକ ପ୍ରତି ସମଗ୍ର ବିଶ୍ୱକୁ ନିକଟତର କରାଇବା ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *

Back to top button