୫ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଂଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ) ୫ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ବୈଠକରେ ଏସବୁ ପ୍ରକଳ୍ପକୁ ମିଳିଛି ସବୁଜ ସଂକେତ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୩୫,୭୬୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ପ୍ରାୟ ୩୮,୧୦୦ ଜଣଙ୍କୁ ମିଳିବ ନିଯୁକ୍ତିର ସୁଯୋଗ।

ଖବର ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ୱାରି ଏନର୍ଜି ପକ୍ଷରୁ ହେବ ସୋଲାର ଉପକରଣ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାକୁ ଥିବା ବେଳେ ୧୪ ହଜାରଙ୍କୁ ମିଳିବ ନିଯୁକ୍ତି। ସେହିପରି ଏମସିପିଆଇ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏଚଏମଏଲଏସ ପଲିଷ୍ଟର କାରଖାନା ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୨୨୨୩ କୋଟିର ପୁଞ୍ଜି ବିନିଯୋଗ କରାଯିବ।

ଏହାବ୍ୟତୀତ କେନ୍ଦୁଝର ଜିଲ୍ଲାର କାଳିଆପାଳଠାରେ ୧୬ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ କାସଭି ପାୱାର ଏଣ୍ଡ ଷ୍ଟିଲ। ଏଥିରେ ୩୫୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ସେହି ଜିଲ୍ଲାରେ ସୁପର ସ୍ମେଲଟର୍ସ ପକ୍ଷରୁ ୫୪୩୬ କୋଟି ଟଙ୍କା ବିନିଯୋଗରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଥିରେ ୧୯୦୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଧନୁସେରି ପେଟ୍ରୋକେମିକାଲ୍ସ କମ୍ପାନି ପକ୍ଷରୁ ପାରାଦୀପଠାରେ ଏକ ୧୫୦୦ କୋଟି ଟଙ୍କାର ଏକ ବଟଲ ଗ୍ରେଡ୍ ପେଟ୍ ରେଜିନ କାରଖାନା ପ୍ରତିଷ୍ଠା କରାଯିବ।

Leave a Reply

Your email address will not be published. Required fields are marked *

Back to top button