ସୁପର୍‌ ଏଲ୍‌ ନିନୋର ପ୍ରଭାବ ଭାରତ ଉପରେ ପଡ଼ିବ !

ଆସନ୍ତା ବର୍ଷ ବିଶ୍ୱ ପାଣିପାଗ ଉପରେ ରହିବ ‘ସୁପର୍‌ ଏଲ୍‌ ନିନୋ’ର ପ୍ରଭାବ। ଭାରତରେ ମୌସୁମୀ ବର୍ଷା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଆମେରିକୀୟ ପାଣିପାଗ ସଂସ୍ଥା ‘ନୋଆ’ ପୂର୍ବାନୁମାନ କରିଛି।

ଖବର ଅନୁଯାୟୀ ଏହି ସଂସ୍ଥା ଆକଳନ କରିଛି ୨୦୨୪ ମାର୍ଚ୍ଚରୁ ମେ’ ମଧ୍ୟରେ ଉତ୍ତର ଗୋଲାର୍ଦ୍ଧରେ ଶକ୍ତିଶାଳୀ ଏଲ୍‌ ନିନୋ ସୃଷ୍ଟି ହୋଇପାରେ। ଅର୍ଥାତ ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ। ସେଠାରେ ସମୁଦ୍ର ଜଳ ତାପମାତ୍ରା ସ୍ୱାଭାବିକଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିବା ସମ୍ଭାବନା ୭୫ରୁ ୮୦ ପ୍ରତିଶତ ଥିବାବେଳେ ୨ ଡିଗ୍ରୀ ବଢ଼ିବାର ଆଶଂକା ୩୦ ପ୍ରତିଶତ ରହିଥିବା କୁଆଯାଇଛି।

ଭାରତରେ ସୁପର୍‌ ଏଲ୍‌ ନିନୋ ପ୍ରଭାବ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ତେଣୁ ଆସନ୍ତାବର୍ଷ ମୌସୁମୀ ବାୟୁ ଦୁର୍ବଳ ହେବାର ଆଶଙ୍କା ରହିଛି। ବର୍ଷା ପରିମାଣ ହ୍ରାସ ହେଲେ କୃଷିକାର୍ଯ୍ୟ ପ୍ରଭାବିତ ହୋଇପାରେ। ଏପରିକି ଅତ୍ୟଧିକ ବର୍ଷା, ଭୀଷଣ ବନ୍ୟା ଓ କିଛି ସ୍ଥାନରେ ମରୁଡ଼ି ସ୍ଥିତି ଦେଖାଦେବ। ଦକ୍ଷିଣ ଭାରତ ଅପେକ୍ଷା ଉତ୍ତରରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ୧୯୯୭-୯୮ ଓ ୨୦୧୫-୧୬ ମସିହାରେ ଏଭଳି ସ୍ଥିତି ଉପୁଜିବା ଫଳରେ ବିଶ୍ୱସ୍ତରରେ ବନ୍ୟା ଓ ମରୁଡ଼ି ବିପତ୍ତି ଦେଖାଦେଇଥିଲା। ତେବେ ଭାରତୀୟ ପାଣିପାଗ ବିଭାଗ ୨୦୨୪ ସୁପର ଏଲ୍ ନିନୋ ସଂପର୍କରେ କୌଣସି ସୂଚନା ଦେଇନାହିଁ।

Leave a Reply

Your email address will not be published. Required fields are marked *

Back to top button