ନକଲି ଥାନାଧିକାରୀ ବନ୍ଧାହେଲା

ଖଲ୍ଲିକୋଟ : ନିଜକୁ ଥାନାଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଧମକଚମକ ଦେଉଥିବା ଜଣେ ଯୁବକଙ୍କୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼ଙ୍କୁ ଗିରଫ କରିଛି।
ଖବର ଅନୁଯାୟୀ ସୁନୀଲ ଜଣେ ପରିବା ଦୋକାନୀ। ହେଲେ ଭରସା ଗ୍ରାମର ଅର୍ଜୁନ ସେଠୀଙ୍କୁ ସେ ଫୋନ୍ କରି ନିଜକୁ ଥାନାଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ପ୍ରକାର ଧମକଚମକ ଦେଇଆସୁଥିଲେ। ଏଥିସହ ଉଠାଇନେବି ବୋଲି ତାଗିଦ୍ କରିଥିଲେ।। ସେହିପରି ଅନ୍ୟ ଲୋକମାନଙ୍କୁ ମଧ୍ୟ ଫୋନ୍ କରି ଧମକ ଦେଉଥିବା ଅଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଏନେଇ କେସ୍ ନମ୍ବର ୭୦୭ ଅନୁସାରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।