ବିଜେପି ଓ ଆରଏସଏସର ଲୋକ ହିନ୍ଦୁ ନୁହଁନ୍ତି : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହି ଲୋକମାନେ ହିନ୍ଦୁ ନୁହଁନ୍ତି। ସେମାନେ କେବଳ ହିନ୍ଦୁ ଧର୍ମ ବ୍ୟବହାର କରନ୍ତି।

ଅଲ ଇଣ୍ଡିଆ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଛନ୍ତି ଆରଏସଏସ ଓ ବିଜେପି “ମହିଳା ଶକ୍ତି” କୁ ଦମନ କରୁଛନ୍ତି ଏବଂ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବିମୁଦ୍ରାକରଣ ଓ ଜିଏସଟିକୁ ନେଇ ସେ କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ‘ଲକ୍ଷ୍ମୀଙ୍କର ଶକ୍ତି’ ଏବଂ ‘ଦୁର୍ଗାଙ୍କର ଶକ୍ତି’ ଉପରେ ଆକ୍ରମଣ କରିଛନ୍ତି। ସେମାନେ (ଆରଏସଏସ ଓ ବିଜେପି) ନିଜକୁ ହିନ୍ଦୁ ଦଳ ବୋଲି କହୁଥିବାବେଳେ ମା’ ଲକ୍ଷ୍ମୀ ଏବଂ ମା’ ଦୁର୍ଗାଙ୍କୁ ଆକ୍ରମଣ କରୁଛନ୍ତି। ଏହି ଲୋକମାନେ ମିଥ୍ୟା ହିନ୍ଦୁ ହୋଇଥିବାବେଳେ କେବଳ ହିନ୍ଦୁ ଧର୍ମକୁ ବ୍ୟବହାର କରନ୍ତି।

କଂଗ୍ରେସ ନେତାଙ୍କ କହିବାନୁସାରେ ଗତ ୧୦୦-୨୦୦ ବର୍ଷ ମଧ୍ୟରେ କୌଣସି ବ୍ୟକ୍ତି ଯଦି ହିନ୍ଦୁ ଧର୍ମକୁ ଭଲ ଭାବରେ ବୁଝିଥିଲେ ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ଆମପରି ଆରଏସଏସ ଓ ବିଜେପିର ଲୋକମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି। ହିନ୍ଦୁ ଧର୍ମର ମୂଳଦୁଆ ଅହିଂସା। ଏହାସତ୍ତ୍ୱେ ମହାତ୍ମା ଗାନ୍ଧୀଙ୍କୁ ଆରଏସଏସ ଦ୍ୱାରା କାହିଁକି ଗୁଳି ଚଳାଗଲା ଆପଣଙ୍କୁ ଏ ବିଷୟରେ ଚିନ୍ତା କରିବା କଥା।

Leave a Reply

Your email address will not be published. Required fields are marked *

Back to top button