ପେଷାଦାର ବନ୍ଧୁକ ବେପାରୀ ଗିରଫ : ୫ ବନ୍ଧୁକ ଓ ୫୦ ଗୁଳି ଜବତ

ଭୁବନେଶ୍ଵର : କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ହାତରେ ୫ ଜଣ ପେଷାଦାର ବନ୍ଧୁକ ବେପାରୀ ଧରାପଡ଼ିଛନ୍ତି। ଜବତ ହୋଇଛି ୫ ବନ୍ଧୁକ ଓ ୫୦ ରାଉଣ୍ଡ ଜୀବନ୍ତ ଗୁଳି। ଏହି କାରବାରରେ ବ୍ୟବହାର ଗୋଟିଏ କାର ଓ ୨ଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି।

ଖବର ଅନୁଯାୟୀ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ବାଲି ବେପାରୀ, ଠିକାଦାରୀ ଓ ମାଲ ପରିବହନ ବ୍ୟବସାୟୀଙ୍କ ସମେତ ଛୋଟବଡ଼ ଅପରାଧରେ ସକ୍ରିୟ ଅସମାଜିକମାନଙ୍କୁ ଅଭିଯୁକ୍ତମାନେ ବନ୍ଧୁକ ଓ ଗୁଳି ଯୋଗାଇ ଦେଉଥିଲେ। ଗିରଫ ଅଭିଯୁକ୍ତଙ୍କ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଅନେକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ ସେ ସୂଚନା ଦେଇଛନ୍ତି।

ଧରାପଡ଼ିଥିବା ଅଭିଯୁକ୍ତ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, ଦୁର୍ଗା ଦାସ, ଏମଡି ରହିମ, ଏସ.କେ ୱାସୀମ ଓ ଆସିଫ ସାମଲ। ଏମାନେ କଟକରେ ରହି ବେଆଇନ ବନ୍ଧୁକ ଓ ଗୁଳି କାରବାର ଚଳାଇବା ସହିତ ଅବିଭକ୍ତ କଟକ ଜିଲ୍ଲାରେ ବିଭିନ୍ନ ଅପରାଧରେ ଜଡ଼ିତ। ଏମ.ଡି. ରହିମ, ଏସ.କେ. ୱାସିମ୍ ଧଳ ସାମନ୍ତ ଗୋଷ୍ଠୀର ସକ୍ରିୟ ସଦସ୍ୟ। ଅଭିଯୁକ୍ତଙ୍କ ଭିତରୁ ଅନେକଙ୍କ ଘର କଟକ ଓ ଜଗତସିଂହପୁର ଜିଲ୍ଲାରେ। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button