ଜାତୀୟ ସିନେମା ଦିବସ : ଚଳଚ୍ଚିତ୍ର ଦେଖିବାକୁ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ନୂଆଦିଲ୍ଲୀ : ଅକ୍ଟୋବର ୧୩ ତାରିଖକୁ ଜାତୀୟ ସିନେମା ଦିବସ ଭାବେ ପାଳନ କରିବାକୁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି। ଦର୍ଶକଙ୍କୁ ହଲ ମୁହାଁ କରାଇବା ସହିତ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଦୂରତାକୁ କମାଇବାକୁ ଏପରି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ଅକ୍ଟୋବର ୧୩ ତାରିଖରେ ପ୍ରତି ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୯୯ ଟଙ୍କା ରହିବ। ଗତବର୍ଷ ଜାତୀୟ ସିନେମା ଦିବସ ପାଳନ କରାଯାଇଥିଲା। ଏଥର ସିନେ ପ୍ରେମୀଙ୍କ ପାଇଁ ପୁଣି ସିନେମା ଦିବସ ପାଳନ କରାଯାଉଛି। ଜାତୀୟ ସିନେମା ଦିବସରେ ସମସ୍ତ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ଉପରେ ରିହାତି ମିଳିବ। ଏହି ମୂଲ୍ୟ ଦେଇ ନୂତନ ରିଲିଜ୍ ହୋଇଥିବା ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ମିଳିବ।

ଗତବର୍ଷ ଜାତୀୟ ସିନେମା ଦିବସରେ ସିନେମା ପ୍ରେମୀଙ୍କ ପାଇଁ ଗୋଟିଏ ଦିନ ସମସ୍ତ ଚଳଚ୍ଚିତ୍ରର ଟିକେଟ୍ ମୂଲ୍ୟ ମାତ୍ର ୭୫ଟଙ୍କାକୁ ହ୍ରାସ କରାଯାଇଥିଲା। ଏହି ଅର୍ଥ ଦେଇ ଦର୍ଶକ ବଲିଉଡ଼, ହଲିଉଡ, ଟଲିଉଡ ଓ ଓଲିଉଡ ସିନେମା ହଲରେ ଦେଖିବାର ସୁଯୋଗ ପାଇଥିଲେ। ଏଥିପାଇଁ ପ୍ରତିଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button