ଗୁଳି ଫୁଟିବାରୁ ପୋଲିସ କର୍ମଚାରୀ ଗୁରୁତର

କୋରାପୁଟ : ଗୁଳି ଫୁଟିବାରୁ ଜଣେ ପୋଲିସ କର୍ମଚାରୀ ନରେନ୍ଦ୍ର ବିଶ୍ଵାଳ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି। ଗୁଳି ବାଜିବାରୁ ନରେନ୍ଦ୍ରଙ୍କ ବାମପଟ ମୁହଁରେ ଆଘାତ ଲାଗିଛି। ସେ ଡେପୁଟି ସୁବେଦାର ଶ୍ରେଣୀ ଅଧିକାରୀ ଭାବେ କାମ କରୁଛନ୍ତି। ତେବେ ଅସାବଧାନତାବଶତଃ ଗୁଳି ଫୁଟିଲା ନା ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *

Back to top button