ଶନିବାର ଇଦ୍

କଟକ : ଭାରତରେ ଶୁକ୍ରବାର ଚାନ୍ଦ ଦୃଶ୍ୟମାନ ହେବା ପରେ ଏପ୍ରିଲ ୨୨ରେ ଇଦ ପାଳନ କରାଯିବ। ଏହାକୁ ନେଇ ସମୁଦାୟର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୋକାନ ବଜାରରେ ଲୋକଙ୍କର ଜମୁଛି ଭିଡ।

ଆସନ୍ତାକାଲି ପାଳନ କରିବେ ଇଦ-ଉଲ-ଫିତର। କଟକ ଦେୱାନ ବଜାର ସ୍ଥିତ ଅଞ୍ଜୁମନ୍ ଇସଲାମିଆ ଅହେଲେ ସୁନ୍ନତ୍ ଓ ଜମାତ୍ ପରିସରରେ ରୁହତେ-ହିଲାଲ୍ (ଚାନ୍ଦ) କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପବିତ୍ର ରାମଜାନ ମାସରେ ଉପବାସ ରଖିଥିବା ଇସଲାମ ଧର୍ମାବଲମ୍ବୀମାନେ ଇଦ-ଉଲ-ଫିତର ପାଳନ ପାଇଁ କଟକ ସହରରେ ଚାଲିଛି ଜୋରଦାର ପ୍ରସ୍ତୁତି।

Leave a Reply

Your email address will not be published. Required fields are marked *

Back to top button