ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

ଭୁବନେଶ୍ଵର : ହୀରାକୁଦ ବନ୍ଧ ନିର୍ମାଣ ପାଇଁ ବିସ୍ଥାପିତ ଝାରସୁଗୁଡ଼ା ଜିଲ୍ଲାର ୧୯ଟି ଗାଁ’ର ୧୭୪୯ ପରିବାରକୁ ମିଳିବ ଜମି ପଟ୍ଟା। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ ଡିସେମ୍ବର ପହିଲାରୁ ପଟ୍ଟା ବଣ୍ଟାହେବ।

ଖବର ଅନୁଯାୟୀ ୫-ଟି ସଚିବଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ବିସ୍ଥାପିତମାନେ ସେମାନଙ୍କ ସମସ୍ୟା ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସିଥିବା ବୈଠକରେ ଜମି ପଟ୍ଟା ଆବଂଟନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି। ଫଳରେ ଲଖନପୁର ତହସିଲର ୧୮ ଓ ଝାରସୁଗୁଡ଼ା ତହସିଲର ଗୋଟିଏ ଗାଁ’ର ଲୋକେ ଉପକୃତ ହେବେ। ୧୭୪୯ ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ।

ସୂଚନାଯୋଗ୍ୟ ଜାତୀୟ ମାନବ ଅଧିକାର କମିସନ ଏ ସଂପର୍କୀତ ମାମଲାର ଶୁଣାଣି କରି ଗତ ଏପ୍ରିଲ ମାସରେ ରାୟ ଦେଇଥିଲେ। ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ଥଇଥାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button