ଇନ୍‌ସର୍ଭିସ ଡାକ୍ତରଙ୍କ ରିଲିଭ୍ ନେଇ ନୂଆ ଗାଇଡଲାଇନ୍‌

ଭୁବନେଶ୍ଵର : ପିଜି ପାଠ୍ୟକ୍ରମ ପଢ଼ିବା ପାଇଁ ଇନସର୍ଭିସ ଡାକ୍ତରମାନଙ୍କୁ ରିଲିଭ୍ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗାଇଡଲାଇନ୍ ଜାରି ହୋଇଛି।

ଖବର ଅନୁଯାୟୀ ଇନସର୍ଭିସ ଡାକ୍ତରମାନେ ରିଲିଭ୍ ସମୟରେ ନିଜ ପିଜି ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଆବେଦନ ମାଧ୍ୟମରେ ଅବଗତ କରିବେ। ଫଳରେ ପ୍ରତ୍ୟେକ ମାସ ପାଇଁ ସେମାନଙ୍କ ଉପସ୍ଥାନ ବିବରଣୀ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖକୁ ଦରମା ଉଠାଣ ପାଇଁ ପଠାଯିବ। ପିଜି ପାଠ୍ୟକ୍ରମ ପାଇଁ ରିଲିଭ୍ ଡାକ୍ତରମାନଙ୍କ ତାଲିକା, ଅନୁଷ୍ଠାନରେ ଯୋଗଦେବା ତାରିଖ ଓ ପିଜି ପାଇଁ ଅରିଜିନାଲ ବଣ୍ଡକୁ ସମ୍ପୃକ୍ତ ସିଡିଏମଓ ଓ ପିଏଚଓମାନେ ବିଭାଗରେ ଷ୍ଟୁଡେଣ୍ଟ ଲିଭ୍ ମଞ୍ଜୁରୀ ନିମନ୍ତେ ଦାଖଲ କରିବେ। ନିୟମିତ ଇନସର୍ଭିସ ଡାକ୍ତରମାନେ ଦରମା ଗ୍ରହଣ କରିବେ କିମ୍ବା ପିଜି ଅନୁଷ୍ଠାନରୁ ଷ୍ଟାଇପେଣ୍ଡ ନେବେ ସେ ନେଇ ସମ୍ପୃକ୍ତ ସିଡିଏମଓ ଓ ପିଏଚଓଙ୍କୁ ଏକ ସତ୍ୟପାଠ ଆକାରରେ ଅଣ୍ଡରଟେକିଙ୍ଗ ଦେବାକୁ ପଡ଼ିବ। ପିଜି ପାଠ୍ୟକ୍ରମ ଅଧାରୁ ଛାଡ଼ିଲେ ସମ୍ପୃକ୍ତ ଡାକ୍ତର ଛୁଟି ଅବଧିରେ ପାଇଥିବା ସମ୍ପୂର୍ଣ୍ଣ ଦରମା ଫେରାଇବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button