କାନାଡ଼ା ସହ ବିବାଦ ପାଇଁ ମସୁର ଡାଲି ମହଙ୍ଗା

ନୂଆଦିଲ୍ଲୀ : ଖଲିସ୍ତାନ ପ୍ରସଙ୍ଗକୁ ନେଇ କାନାଡା ଓ ଭାରତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଭାରତ କାନାଡାରୁ ବିପୁଳ ପରିମାଣରେ ଡାଲି ଆମଦାନୀ କରୁଥିବାରୁ ଏବେ ଦେଶରେ ମସୁର ଡାଲି ମହଙ୍ଗା ହୋଇଛି।

ଖବର ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କାରଣରୁ ଉଭୟ ସରକାର ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି ଆମଦାନୀକାରୀ ଓ ବ୍ୟବସାୟୀମାନେ ଆଶଂକା କରୁଛନ୍ତି। ଓଲାମ ଆଗ୍ରି ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି ଏହି ଆଶଙ୍କା ବ୍ୟବସାୟୀମାନଙ୍କୁ ହଇରାଣ କରୁଛି। ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଭାରତର ଏଭଳି କୌଣସି ଯୋଜନା ନାହିଁ। କାନାଡା ମଧ୍ୟ କୌଣସି ନିଷ୍ପତ୍ତି ନେଉନାହିଁ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିବ।

୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଭାରତ କାନାଡାରୁ ୩୭୦ ନିୟୁତ ଡଲାର ମୂଲ୍ୟର ୪.୮୬ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଆମଦାନୀ କରିଛି। ଯାହା ଭାରତର ମୋଟ ଆମଦାନୀର ୫୦ ପ୍ରତିଶତରୁ ଅଧିକ। ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ କାନାଡାରୁ ମସୁର ଡାଲି ଆମଦାନୀ ଗତବର୍ଷ ତୁଳନାରେ ୪୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ ଭାରତରେ ମସୁର ଉତ୍ପାଦନ କମ ହୋଇଛି।

Leave a Reply

Your email address will not be published. Required fields are marked *

Back to top button