ଅନ୍ୟ ଧର୍ମରେ ବାହା ହେବାରୁ ଝିଅକୁ ଶୁଦ୍ଧିହେଲେ ପରିବାର

ମୋହନା : ଅନ୍ୟ ଧର୍ମର ପୁଅକୁ ବିବାହ କରିବାରୁ ପରିବାର ଲୋକେ ଝିଅକୁ ଶୁଦ୍ଧି ହୋଇଗଲେ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଚାନ୍ଦିପୁଟ ଗାଁର ସହଦେବ ସାହୁ ଘର ପାଖରେ ହୋଟେଲ୍‌ କରିଛନ୍ତି। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅ ବିବାହ ହୋଇସାରିଛି। ମଝିଆ ଝିଅ ଚାନ୍ଦିନୀ ଯୁକ୍ତ ଦୁଇ ପାସ୍‌ କରି ଦୁଇବର୍ଷ ହେଲା ଘରେ ରହିଥିଲେ। ଏହା ଭିତରେ ଚାନ୍ଦିନୀ ଜଣେ ପୁଅକୁ ଭଲ ପାଉଥିଲେ। ପରିବାର ପାଖରେ ଏ ଖବର ନଥିଲା। ଅନ୍ୟପକ୍ଷରେ ଚାନ୍ଦିନୀର ବିବାହ ପାଇଁ ପୁଅ ଠିକ୍‌ କରିଥିଲେ ବାପା ସହଦେବ। ଆସନ୍ତା ୨୨ ତାରିଖରେ ଥିଲା ନିର୍ବନ୍ଧ। ହେଲେ ୨ ତାରିଖ ରାତିରେ ଚାନ୍ଦିନୀ ଘରୁ ପଳାଇ ଯାଇଥିଲେ। ୪ ତାରିଖରେ ଚାନ୍ଦିନୀଙ୍କ ସିନ୍ଥିରେ ଜଣେ ଯୁବକ ସିନ୍ଦୂର ଦେଉଥିବାର ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଏହାକୁ ଦେଖି ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଥିଲେ।

janatakhabar.in

ଏହାଛଡା ପରିବାର ଲୋକେ ଜାଣିଲେ ଚାନ୍ଦିନୀଙ୍କ ସିନ୍ଥିରେ ସିନ୍ଦୂର ଦେଉଥିବା ଯୁବକ ଅନ୍ୟ ଧର୍ମର। ସେଥିପାଇଁ ଝିଅ ଧର୍ମ ଦ୍ରୋହୀ ଓ ଜାତି ଦ୍ରୋହୀ କାମ କରିଥିବା ଅଭିଯୋଗ ଆଣି ଶୁଦ୍ଧି ହେବାପାଇଁ ନିଷ୍ପତ୍ତି ନେଲେ। ଝିଅ ଯିବାର ଆଜି ୧୧ ଦିନ ହୋଇଥିବାରୁ ପରିବାର ଲୋକେ ଚାନ୍ଦିନୀ ପାଇଁ ଶୁଦ୍ଧିକ୍ରିୟା ସହିତ ଗାଁ ଲୋକଙ୍କୁ ଭୋଜି ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button