ପଡ଼ୋଶୀଙ୍କ ଆକ୍ରମଣରେ ବି‌ଜେପି ନେତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୁଜରାଟର ଅମରେଲି ଜିଲ୍ଲାର ଧାରି ଅଞ୍ଚଳରେ ବି‌ଜେପି ନେତ୍ରୀ ମଧୁବେନ ଯୋଶୀଙ୍କୁ ଆକ୍ରମଣ। ପଡ଼ୋଶୀଙ୍କ ଆକ୍ରମଣରେ ମଧୁବେନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ମଧୁବେନଙ୍କର ପଡୋଶୀଙ୍କ ସହିତ ବିବାଦ ରହିଥିଲା। ଏହି ଘଟଣାକୁ କେନ୍ଦ୍ରକରି ମଧୁବେନ ଓ ତାଙ୍କ ପୁଅ ଘରେ ଥିବା ବେଳେ ପଡ଼ୋଶୀ ପରିବାର ଲୋକେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ମା’-ପୁଅ ଗୁରୁତର ଆହତ ହୋଇଥିଲେ। ଖବର ପାଇ ମଧୁବେନଙ୍କ ପରିବାର ଲୋକ ପହଞ୍ଚି ମା’-ପୁଅଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁବେନଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ମଧୁବେନ ଧାରି ତାଲୁକା ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ।

Leave a Reply

Your email address will not be published. Required fields are marked *

Back to top button