ବିଶ୍ୱର ୧୦୦ ପ୍ରଭାବଶାଳୀଙ୍କ ମଧ୍ୟରେ ମୋଦି-ମମତା

ନୂଆଦିଲ୍ଲୀ : ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା। ଏହାଛଡା ତାଲିବାର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି।

ବୁଧବାର ଟାଇମ ମ୍ୟାଗଜିନ ୨୦୨୧ ବର୍ଷ ପାଇଁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାକୁ ଆଇକନ, ପାଓନିୟର୍ସ, ଟାଇଟନ୍ସ, ଆର୍ଟିଷ୍ଟ, ଲିଡର୍ସ ଓ ଇନୋଭେଟର୍ସ ଭଳି ୬ଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଫାଇଲରେ ସିଏନଏନ୍ ସାମ୍ବାଦିକ ଫରୀଦ ଜାକାରିଆ ଲେଖିଛନ୍ତି ସ୍ୱାଧୀନତା ପରେ ଭାରତ ୩ ଜଣ ଗୁରୁତ୍ୱପୂର୍ଣ୍ଣ ନେତା ପାଇଛି। ସେମାନେ ହେଲେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ରାଜନୀତିରେ ଏଇ ନେତାମାନେ ଯେପରି ନିଜର ଦବଦବା ଦେଖାଇଛନ୍ତି ଆଉ କୌଣସି ନେତା କରିବାକୁ ସକ୍ଷମ ହୋଇନାହାନ୍ତି।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରୋଫାଇଲରେ ତାଙ୍କୁ ଭାରତୀୟ ରାଜନୀତିର ସାହସୀକତାର ଚେହେରା ବୋଲି କୁହାଯାଇଛି। ଏହାବ୍ୟତୀତ ମମତା ବାନାର୍ଜୀ ତାଙ୍କ ଦଳର ନେତୃତ୍ୱ ନିଅନ୍ତି ନାହିଁ। ବରଂ ସେ ହିଁ ସଂପୂର୍ଣ୍ଣ ଦଳ। ରାସ୍ତାରେ ଲଢ଼େଇ ଓ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିବା ମମତା ସମସ୍ତଙ୍କ ଠାରୁ ଭିନ୍ନ ବୋଲି ଉଲ୍ଲେଖ କରାଯାଇଛି। କରୋନା ବିରୋଧରେ ସେରମ ସମସ୍ତଙ୍କୁ କରୋନା ଟିକା ପହଞ୍ଚାଇଥିବାରୁ ତାଙ୍କୁ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନ ଦେଇଛି।

ଏହା ବ୍ୟତୀତ ବିଶ୍ୱର ୧୦୦ ପ୍ରଭାବଶାଳୀଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହ୍ୟାରିସ, ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ହ୍ୟାରୀ ଓ ମେଘନା ରହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନ୍ନେଟ୍ଟ, ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୟ, ଆମେରିକାନ ରାଜନେତା ଲିଜ୍‌ ଚେନେୟ, ଟିଭି ଉପସ୍ଥାପକ ଟକର କାର୍ଲସନ ଓ ଟେଲସା ସିଇଓ ଇଲୋନ ମସ୍କଙ୍କ ନାଁ ମଧ୍ୟ ଏଥିରେ ରହିଛି। କ୍ରୀଡ଼ା ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜାପାନିଜ ଟେନିସ ଖେଳାଳି ନାଓମି ଓସାକା, ଆମେରିକା ଫୁଟବଲର ଟମ ବ୍ରାଡୀ, ପପ ଷ୍ଟାର ବ୍ରିଟନେୟ ସ୍ପିୟର୍ସ, ସିଙ୍ଗର ଡୋଲୀ ପାର୍ଟୋନ, ଫ୍ୟାଶନ ଡିଜାଇନର ଏ ଜେମ୍ସ, ଅଭିନେତ୍ରୀ କେଟ ୱିକ୍ସଲେଟ, ଜାନସନ ସୁଡେକିସ, ଏସ୍‌ ଜନସନ ଓ ଓମାର ଶୟଙ୍କ ନାମ ତାଲିକାରେ ସ୍ଥାନ ପାଇଛି।

Leave a Reply

Your email address will not be published.

Back to top button