ଚିଲିକାରେ ଚାଲିବ ଇଲେକ୍ଟ୍ରିକ ଓ ସୋଲାର ବୋଟ

ଭୁବନେଶ୍ଵର : ଚିଲିକାରେ ଇଲେକ୍ଟ୍ରିକ ଓ ସୋଲାର ବୋଟ ଚାଲିବ। ପରୀକ୍ଷାମୂଳକ ଭାବେ ପ୍ରଥମ ଚାଲିବ ସୋଲାର ବୋଟ। ଏହାଦ୍ୱାରା ବାର୍ଷିକ ପରିବହନ ଖର୍ଚ୍ଚ ୭ ଲକ୍ଷ ଟଙ୍କା କମିଯିବ। ପରୀକ୍ଷଣ ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ସୋଲାର ବୋଟ ଚଳାଚଳ କରିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

ପରିବହନ ସଚିବଙ୍କ ସୂଚନା ଅନୁଯାୟୀ ୧୯ ବର୍ଷ ପରେ ଓଡ଼ିଶା ବୋଟ ନିୟମ ବଦଳିବାକୁ ଯାଉଥିବା ବେଳେ ଦୁଇମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ। ଏହା କେନ୍ଦ୍ରୀୟ ଆଇନ ଢାଞ୍ଚାରେ ପ୍ରସ୍ତୁତ ହେବ। ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ସେ କହିଲେ ନୂଆ ନିୟମ ଅନୁସାରେ ସମଗ୍ର ରାଜ୍ୟରେ ଗୋଟିଏ ପ୍ରକାର ବୋଟ ଚାଲିବ। ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଏଣିକି ଯାତ୍ରୀଙ୍କ ସହ ଜଳପଥରେ ପଣ୍ୟ କାରବାର ବୃଦ୍ଧି ପାଇବ। ସମୁଦ୍ର, ନଦୀ ଓ ହ୍ରଦରେ ଯାତ୍ରୀବାହୀ ବୋଟ ଚଳାଚଳ କରିବାକୁ ଥିବା ବେଳେ ବୋଟ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ ଅଧିନିୟମ ସମ୍ପର୍କରେ ବିଚାରବିମର୍ଶ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button