ଦିଲ୍ଲୀ ଏମ୍ସରେ ସାଂସଦ ସୁରେଶ ପୁଜାରୀଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ : ବିଜେପି ସାଂସଦ ସୁରେଶ ପୁଜାରୀଙ୍କର ଆଜି ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ହୋଇଛି। ହୃତପିଣ୍ଡରେ ଥିବା ୪ଟି ବ୍ଲକେଜ୍ ପାଇଁ ଷ୍ଟେଣ୍ଟ ଲଗାଯାଇଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମ୍ସ ସୂତ୍ରରୁ ଜଣାପଡିଛି।

ଖବର ଅନୁଯାୟୀ ଏମ୍ସର କାର୍ଡିଆକ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଅକ୍ଷୟ କୁମାର ବିଶୋଇ ଓ ବରିଷ୍ଠ କନସଲଟାଣ୍ଟ ଡାକ୍ତର ରାକେଶ ଯାଦବଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଟିମ ଶ୍ରୀ ପୁଜାରୀଙ୍କ ସଫଳ ଅସ୍ତ୍ରୋପଚାର କରିଥିଲେ। ଅପରେସନ ପରେ ତାଙ୍କୁ ଏମ୍ସର କାର୍ଡିଓ କେୟାର ୟୁନିଟର ଅବଜରଭେସନ୍ ପାଇଁ ରଖାଯାଇଛି।

Leave a Reply

Your email address will not be published. Required fields are marked *

Back to top button