ସମ୍ବଲପୁରରେ ଆଉ ଦୁଇଦିନ ବନ୍ଦ ଇଣ୍ଟରନେଟ୍ ସେବା

ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ଦିନ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରନେଟ୍ ସେବା ଅବଧିକୁ ଆଉ ଦୁଇଦିନ ବୃଦ୍ଧି କାରାଯାଇଛି। ଆସନ୍ତା ୧୭ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଗୁଜବ ପ୍ରଚାର କରନ୍ତ ନାହିଁ କିମ୍ବା ଏହା ଉପରେ ବିଶ୍ୱାସ କରନ୍ତୁନି। ଯଦି କୌଣସି ଗୁଜବ ଶୁଣୁଛନ୍ତି ତୁରନ୍ତ ଥାନାରେ ଜଣାନ୍ତୁ। ସ୍ଥିତି ଏବେ ନିୟନ୍ତ୍ରଣାଧୀନ। ସହରେ ୪୩ ପ୍ଲାଟୁନ ପୋଲିସ ଫୋର୍ସ ମୁୟତନ କରାଯାଇଛି। ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା ସମ୍ପର୍କରେ ବିଚାରବିମର୍ଶ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button