ହନ୍ତାଳଗୁଡ଼ା ଘାଟିରେ ଟିପ୍ପର ଓଲଟି ୫ ଶ୍ରମିକ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଦୁର୍ଘଟଣା। ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ସିମେଣ୍ଟ ବୋଝେଇ ଟିପ୍ପର ଓଲଟିପଡିବାରୁ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ସକାଳେ ଯୋଡାମ୍ବ ଯାଉଥିବା ଟିପ୍ପରରେ ଲୁହା ରଡ଼ ଓ ସିମେଣ୍ଟ ବୋଝେଇ ହୋଇଥିଲା। ଏଥିରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ। ମାତ୍ର ଟିପ୍ପରଟି ଭାରସାମ୍ୟ ହରାଇ ହନ୍ତାଲଗୁଡ଼ା ଘାଟିରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରୁ ୫ ଗୁରୁତର ଓ ଜଣ ୩ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ଲୋକେ, ପୋଲିସ୍‌ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button