ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବି ଘୋଷଣା କରାଯାଇଛି। ଏହି ଅଧିବେଶନର ସମୁଦାୟ ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୭ଟି ସରକାରୀ କାର୍ଯ୍ୟ ଦିବସ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା। ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିବା ବେଳେ ମୋଟ୍‌ ୧୩ଟି ବିଲ ପାରିତ ହୋଇଛି।

ଆଜି ବିଧାନସଭାରେ ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ନେଇ ପୁଣି ଥରେ ଦାବି ଉଠିଥିଲା। ୫୦ ପ୍ରତିଶତ ବଢ଼ାଇବାକୁ ହୋଇଥିଲା ଦାବି। ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ଆଣିଥିଲେ। ଆଗତ କରିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା। ବିରୋଧୀଙ୍କ ହୋହଲ୍ଲା ଭିତରେ ସଂକଳ୍ପ ପାରିତ ହୋଇଥିଲା। ସଂକଳ୍ପଟିକୁ ରାଜ୍ୟ ଓବିସି କମିସନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ। କମିସନ ଏହି ପ୍ରସ୍ତାକୁ କେନ୍ଦ୍ର ସରକାରଙ୍କୁ ପଠେଇବେ। କିନ୍ତୁ ଏ ଆଲୋଚନା ବେଳେ ବିରୋଧୀ କଂଗ୍ରେସ ଓ ବିଜେପିର ବିଧାୟକମାନେ ଅନୁପସ୍ଥିତ ଥିଲେ। ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button