ବିଶ୍ୱର ଦୁର୍ଗନ୍ଧମୟ ଫୁଲ

ବିଶ୍ଵରେ ଅନେକ ଆଶ୍ଚର୍ଯ୍ୟ ରହିଛି। ଏ ମଧ୍ୟରୁ କର୍ପସ୍ ଫ୍ଲାୱାରକୁ ଗୋଟିଏ ବୋଲି କୁହାଯିବ। କାରଣ ଏହି ଫୁଲ ଫୁଲ ସୁଗନ୍ଧ ପାଇଁ ନୁହେଁ ଦୁର୍ଗନ୍ଧ ପାଇଁ ପରିଚିତ।

ଖବର ଅନୁଯାୟୀ ବିଶ୍ୱର ସବୁଠାରୁ ଦୁର୍ଗନ୍ଧମୟ ଫୁଲ ହେଉଛି ‘କର୍ପସ୍ ଫ୍ଲାୱାର’। ଯାହାକୁ Titan Vancog କୁହାଯାଏ। ପ୍ରାୟ ୧୨ ଫୁଟ ଉଚ୍ଚତାର ଏହି ଫୁଲ ଅତ୍ୟନ୍ତ ଦୁର୍ଲଭ। ପ୍ରତି ୧୦ ବର୍ଷରେ ଥରେ ଫୁଟିଥାଏ। ଯେତେବେଳେ ଏହି ଫୁଲ ଫୁଟିଲେ ଏହାର ଗନ୍ଧ ଏତେ ତୀବ୍ର ସେହି ଅଞ୍ଚଳରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଠିଆ ହେବା କଷ୍ଟକର ହୋଇଯାଏ। ଫୁଲ ୨୪ ଘଣ୍ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଫୁଟିଥାଏ। ଅନ୍ୟ ଫୁଲପରି ଫୁଟିବା ସମୟରେ ସୁନ୍ଦର ଦେଖାଯାଏ। କିନ୍ତୁ ଫୁଲରୁ ପତଳା ମାଂସ ପରି ଅର୍ଥାତ୍ ମାଂସ ସଢିଯିବା ପରି ଗନ୍ଧ ନିର୍ଗତ ହୋଇଥାଏ। ସେଥିପାଇଁ ଏହି ଫୁଲକୁ ଶବ ଫୁଲ ମଧ୍ୟ କୁହାଯଏ।

ଯୁକ୍ତରାଷ୍ଟ୍ର ଆମେରିକା ରାଜଧାନୀ ୱାଶିଂଟନ୍ ସ୍ଥିତ ଷ୍ଟେଟ ୟୁନିଭରସିଟି ଠାରେ ଏହି ଦୁର୍ଗନ୍ଧ ଫୁଲ ଫୁଟିଛି। ଏହା ପୂର୍ବରୁ କୋରୋନା ସମୟରେ ‘କର୍ପସ୍ ଫ୍ଲାୱାର’ ଆମେରିକାର ସାନ ଫ୍ରାନ୍ସିସ୍କୋ ଠାରେ ଫୁଟିଥିଲା। ଏହି ଫୁଲ ବିଷୟରେ ଅନେକ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଏହି ଫୁଲ ୨୦୧୧ରେ ଫୁଟିଥିଲା।

Leave a Reply

Your email address will not be published. Required fields are marked *

Back to top button